ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ

ଡେସ୍କ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା। କିଛି ଛୋଟ ଛୋଟ ଘଟଣାକୁ ବାଦ୍ ଦେଲେ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଅପରାହ୍ନ ୫ଟା ସୁଦ୍ଧା ହାରାହାରି ୬୨ ପ୍ରତିଶତ ମତଦାନ ହୋଇଛି। ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ମଧ୍ୟ ବିଧାନସଭା ନିର୍ବାଚନ ହୋଇଥିଲା।

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ – ପଶ୍ଚିମବଙ୍ଗରେ ସର୍ବାଧିକ ଓ ବିହାରରେ ସର୍ବନିମ୍ନ ମତଦାନ

ଅରୁଣାଚଳ ପ୍ରଦେଶର ଦୁଇଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା। ତାମିଲନାଡୁର ସମସ୍ତ ୩୯ଟି ସଂସଦୀୟ ଆସନ ପାଇଁ ମତଦାନ ହୋଇଥିଲା। ୬୨ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୩ଟି ଲୋକସଭା ଆସନ ଅଲିପୁରଦ୍ୱାର, ଜଳପାଇଗୁଡ଼ି ଓ ବିହାର ପାଇଁ ମତଦାନ ହୋଇଥିଲା। ୭୭ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ଉତ୍ତରପ୍ରଦେଶରେ ସାତଟି ପର୍ଯ୍ୟାୟରେ ମତଦାନ ହେବ। ଆଜି ପ୍ରଥମ ପର୍ଯ୍ୟାୟରେ ୮ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା। ୫୭ ପ୍ରତିଶତରୁ ଅଧିକ ମତଦାନ ହୋଇଛି।

ମାନସିକ ପାଇଁ ଆସିଥିଲେ, ଚାଲିଗଲା ଜୀବନ

ରାଜସ୍ଥାନର ମୋଟ ୨୫ଟି ଲୋକସଭା ଆସନ ମଧ୍ୟରୁ ୧୨ଟି ଆସନ ପାଇଁ ଆଜି ମତଦାନ ହୋଇଛି। ହାରାହାରି ୫୦ ପ୍ରତିଶତ ମତଦାନ ହୋଇଛି। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ୫ଟି ଆସନ ମଧ୍ୟରୁ ଉଧମପୁର ଲୋକସଭା ଆସନ ପାଇଁ ଆଜି ୬୫ ପ୍ରତିଶତ ମତଦାନ ହୋଇଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ନାଗାଲାଣ୍ଡରେ ୫୬ ପ୍ରତିଶତ, ମେଘାଳୟରେ୭୦ ପ୍ରତିଶତ, ମିଜୋରାମରେ ୫୩ ପ୍ରତିଶତ ଏବଂ ମଣିପୁରରେ ୬୮ ପ୍ରତିଶତରୁ ଅଧିକ ମତଦାନ ହୋଇଛି।

ଇସ୍ରାଏଲ-ଇରାନ ଯୁଦ୍ଧ: ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ ଆଭିବରୁ ଆସୁଥିବା ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ଲୋକସଭା ନିର୍ବାଚନ ସହିତ ତାମିଲନାଡୁର ଭିଲଭାନକୋଡେ ବିଧାନସଭା ଆସନ ଏବଂ ତ୍ରିପୁରାର ରାମନଗର ବିଧାନସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ଆଜି ଶେଷ ହୋଇଛି।

Comments are closed.