ମାନସିକ ପାଇଁ ଆସିଥିଲେ, ଚାଲିଗଲା ଜୀବନ

ପଥରସେନୀରେ ମାନସିକ ପାଇଁ ଛତିଶଗଡ଼ରୁ ଆସିଥିଲେ ଯାତ୍ରୀ, ଡ଼ଙ୍ଗାବୁଡି ୧ ମୃତ, ୭ ନିଖୋଜ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସରଧା ଗାଁ ନିକଟ ମହାନଦୀରେ ଡଙ୍ଗା ବୁଡ଼ି ଏକ ବଡ଼ଧରଣର ଅଘଟଣ ହୋଇଛି। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଏହି ଅଘଟଣ ହୋଇଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଦେବଦୂତ ସାଜି ପ୍ରାୟ ୪୦ ଜଣଙ୍କୁ ଉଦ୍ଧାର କରିଛନ୍ତି। ତେବେ ସନ୍ଧ୍ୟା ସାଢ଼େ ୬ଟାରେ ଖବର ଲେଖାଯିବା ପର୍ଯ୍ୟନ୍ତ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏହାବ୍ୟତୀତ ପ୍ରାୟ ୭ ଜଣ ନିଖୋଜ ଥିବା କୁହାଯାଉଛିୀ। ଖବର ପାଇ ଝାରସୁଗୁଡ଼ା ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୫ ଜଣ ସ୍କୁବା ଡାଇଭର ଓ ୨ଟି ସନ୍ଧାନକାରୀ କ୍ୟାମେରା ବିମାନ ଯୋଗେ ପଠାଇଥିବା ସୂଚନା ମିଳିଛି।

ଇସ୍ରାଏଲ-ଇରାନ ଯୁଦ୍ଧ: ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ ଆଭିବରୁ ଆସୁଥିବା ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ସୂଚନାନୁସାରେ ଛତିଶଗଡ଼ ରାୟଗଡ଼ ଜିଲାର ଖରସିଆଁରୁ ଏକ ପରିବାର ଚକରଧରନଗର ଥାନାଞ୍ଚଳର କତରଲିଆର ନିଜ ସମ୍ପର୍କୀୟଙ୍କ ସହିତ ନଦୀ ଅପରପଟ ବାଞ୍ଜିପାଲି ନିକଟରେ ଥିବା ପଥରସେନୀ ଦେବୀ ପୀଠକୁ ଯାଇଥିଲେ। ପରିବାରର କୌଣସି ସଦସ୍ୟ ପଥରସେନୀଙ୍କ ନିକଟରେ ବୋଦା ବଳି ଦେବାକୁ ମାନସିକ କରିଥିବା ହେତୁ ଆଜି ଚୈତ୍ର ଶୁକ୍ଲ ଏକାଦଶୀ ତିଥିରେ ଖରସିଆଁ ଓ କତରଲିଆର ୪୫ଜଣ ପଥରସେନୀ ପୀଠକୁ ଯାଇଥିଲେ। ତେବେ ଅପରାହ୍ନରେ ଫେରିବା ବେଳେ ସେମାନଙ୍କ ସହିତ ଅନ୍ୟ ୫ଜଣ ସ୍ଥାନୀୟ ଯାତ୍ରୀଙ୍କ ସହିତ ୩ଟି ବାଇକ ଥିଲା। ନୌକା ବରଗଡ଼ ଜିଲାର ବାଞ୍ଜିପାଲିରୁ ଲଖନପୁର ବ୍ଲକର ଶରଧା ଅଭିମୁଖେ ଆସୁଥିବା ବେଳେ ଶରଧାରୁ ପ୍ରାୟ ୧ କିଲୋମିଟର ଦୂରରେ ଡଙ୍ଗା ବୁଡ଼ି ଯାଇଥିଲା। ଡଙ୍ଗାରେ ଅତ୍ୟଧିକ ଭାର ଥିବା ବେଳେ ତାହା ପୁରୁଣା ହୋଇଥିବା ହେତୁ ଏକ ଛିଦ୍ର ଯୋଗେ ପାଣି ପଶି ବୁଡ଼ି ଯାଇଥିବା ଡଙ୍ଗା​‌ରେ ଆସିଥିବା ଯାତ୍ରୀମାନେ କହିଛନ୍ତି। ତେବେ ରେମତା, ଶରଧା ଅଞ୍ଚଳର ମତ୍ସ୍ୟଜୀବୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୪୦ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣେ ପାଣି ପିଇ ଗୁରୁତର ଅବସ୍ଥାରେ ଉଦ୍ଧାର ଥିବା ବେଳେ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଯାଇଛି।

କଲବଲ କରୁଛି ଗରମ, ୪୪.୩ ଡ଼ିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

ସନ୍ଧ୍ୟା ପ୍ରାୟ ୬ଟାରେ ବରଗଡ଼ ଜିଲା ଅମ୍ବାଭୋନା ଠାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଝାରସୁଗୁଡ଼ା ଅଗ୍ନିଶମ ବାହିନୀ ରାସ୍ତାରେ ଥିବା କୁହାଯାଉଛି। ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ଝାରସୁଗୁଡ଼ା ଜିଲାପାଳ ଅ​ବୋଲି ସୁନୀଲ ନରୱଣେ ଓ ଆରକ୍ଷୀ ଅଧୀକ୍ଷକ ସ୍ମିତ ପି. ପରମାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଏହାସହ ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଓ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ପଠାଇଛନ୍ତି। ସୂଚନାନୁସାରେ ଏହି ଡଙ୍ଗାଟି ରେମତା ପଞ୍ଚାୟତ ପକ୍ଷରୁ ଚଳାଚଳ କରୁଥିଲା। ହେଲେ ତାହାର କୌଣସି ପ୍ରକାରେ ନିଲାମ ହୋଇ ନ ଥିଲା। ଏହାର ସମସ୍ତ ଲାଭ ସରପଞ୍ଚ ଓ ତାଙ୍କ ସହଯୋଗୀ ନେଉଥିବା ବେଳେ କୌଣସି ପ୍ରକାରେ ସୁରକ୍ଷା ନିୟାମକ ପାଳନ କରାଯାଉ ନ ଥିଲା।

Comments are closed.