www.samajalive.in
Sunday, December 7, 2025
23.1 C
Bhubaneswar

ଟସ୍‌ ଜିତି ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ୟାଟିଂ ନିଷ୍ପତ୍ତି

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ ଚଳିତ ସଂସ୍କରଣର ୨୮ତମ ମ୍ୟାଚରେ ସୋମବାର ସାରଜାରେ କଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହୋଇଛନ୍ତି। ଟସ୍‌ ଜିତି ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ୟାଟିଂ ନିଷ୍ପତ୍ତି ନେଇଛି। ଉଭୟ ଦଳ ପାଇଁ ପ୍ରଥମ ରାଉଣ୍ଡର ଶେଷ ଲିଗ୍‌ ମ୍ୟାଚ ହୋଇଥିବାରୁ ବିଜୟୀ ନେଇ ଉଦ୍ୟମ କରିବେ।

ଦିନେଶ କାର୍ତ୍ତିକଙ୍କ ନେତୃତ୍ବାଧୀନ କଲକାତା ନାଇଟ୍‌ ରାଇଡର୍ସ ୬ଟି ମ୍ୟାଚରୁ ୪ଟି ବିଜୟ ଓ ୨ଟି ପରାଜୟ ସହ ୮ ପଏଣ୍ଟ ପାଇଛି।  ରସେଲଙ୍କ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଚମକ ଦେଖିବାକୁ ମିଳି ନ ଥିଲେ ମଧ୍ୟ ଆହତ ପାଇଁ ତାଙ୍କର ଫର୍ମ ଦଳ ପାଇଁ ଆବଶ୍ୟକ ରହିଛି।  ଦଳ ଆରସିବିକୁ ପରାସ୍ତ କରିବା ନେଇ ଦୃଢ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬ଟି ମ୍ୟାଚରୁ ୪ଟି ବିଜୟ ଓ ୨ଟି ପରାଜୟ ସହ ୮ ପଏଣ୍ଟ ପାଇଛି। ଶେଷ ମ୍ୟାଚରେ ଦଳ ଚେନ୍ନଇ ସୁପରକିଙ୍ଗ୍‌ସକୁ ୩୭ରନରେ ପରାଜିତ କରିଥିଲା। ବିରାଟ ଉକ୍ତ ମ୍ୟାଚରେ ଅପରାଜିତ ୯୦ରନର ଇନିଂସ ଖେଳିଥିଲେ। ବିରାଟ ଫର୍ମକୁ ଫେରିଥିବାବେଳେ ଅନ୍ୟତମ ବ୍ୟାଟ୍‌ସମ୍ୟାନ ଏ.ବି ଡିଭିଲିୟର୍ସ ବ୍ୟାଟିଂ ଫର୍ମ ହରାଇବା ଦଳକୁ ଚିନ୍ତାରେ ପକାଇଛି। ଦଳ କଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରି ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବା ନେଇ ଲକ୍ଷ୍ୟ ରଖିଛି। ଉଭୟ ଦଳ ଭଲ ଫର୍ମରେ ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories