www.samajalive.in
Monday, December 15, 2025
24.1 C
Bhubaneswar

ଆଇପିଏଲ୍‌ରେ ଓଡ଼ିଆ ଭାଷ୍ୟକାର ଗୌରବ

କଟକ: ଆସନ୍ତା ଆଇପିଏଲ୍‌ରେ ପ୍ରଥମଥର ଓଡ଼ିଆ ଭାଷାରେ ଧାରା ବିବରଣୀ ପ୍ରଦାନ କରାଯିବ। ଏଥିରେ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା ପକ୍ଷରୁ ଓଡ଼ିଶାର ଗୌରବ ପଣ୍ଡା ଭାଷ୍ୟକାର ମନୋନୀତ ହୋଇଛନ୍ତି। ଗୌରବ ଏଥିପାଇଁ ମୁମ୍ବଇ ଯାଇଛନ୍ତି। ଗୌରବ ପୂର୍ବରୁ କ୍ରିକେଟ ସହ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ଲିଗ୍‌ରେ ଭାଷ୍ୟକାର ଦାୟିତ୍ବ ତୁଲାଇଛନ୍ତି। କ୍ରିକେଟକୁ ସହଜ ଓ ସରଳ ଭାଷାରେ ସାଧାରଣ ଲୋକଙ୍କ ପାଖ​‌େ​‌ର ପହଞ୍ଚାଇବା ଲକ୍ଷ୍ୟ ବୋଲି ଗୌରବ କହିଛନ୍ତି। କେନ୍ଦ୍ରାପଡା ଜିଲା ଆଳି ବ୍ଲକ୍‌ କଳନ୍ଦିଆ ଗ୍ରାମର ଗୌରବ ଏବେ କଟକର ଦେଉଳସାହିରେ ରହୁଛନ୍ତି। ସେ ଏନ୍‌ଆଇଟିରେ ଗଣିତରେ ପିଏଚ୍‌ଡି କରୁଛନ୍ତି। ପିତା ଅଧ୍ୟାପକ ଗୋପୀନାଥ ପଣ୍ଡା ଓ ମାଆ ତିଳୋତ୍ତମା ପଣ୍ଡାଙ୍କ ଦ୍ବାରା ପ୍ରଭାବିତ ହୋଇ ଗୌରବ ଭାଷ୍ୟକାରକୁ ଆପଣାଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories