www.samajalive.in
Sunday, December 14, 2025
17.1 C
Bhubaneswar

ବୁଧବାର ରାଶିଫଳ ୨୯.୦୩.୨୦୨୩

ମେଷ: ସଶକ୍ତ ଆତ୍ମ ବଳରେ ବଳୀୟାନ ହୋଇପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଭାଷାର ମାଧୁରିମା ଶତ୍ରୁପକ୍ଷଙ୍କୁ ମଥାନଥ କରାଇପାରେ। ଅନୁଜଙ୍କଠାରୁ ଆଦର ସମ୍ମାନ ମିଳିବ।
ବୃଷ: ଆଧ୍ୟାତ୍ମିକ ପଥର ପଥିକ ହେବେ। ନିଜ ବୁଦ୍ଧି ବଳ ଓ ବାହୁ ବଳ ପ୍ରୟୋଗ କରି ଧନ ଅର୍ଜନ କରିପାରନ୍ତି। ପତ୍ନୀଙ୍କ ମନସ୍କାମନା ପୂରଣ କରିବାକୁ ଆଗ୍ରହୀ ହେବେ। ବନ୍ଧୁଙ୍କ ସହାୟତା ମିଳିବ।
ମିଥୁନ: ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ଶ୍ରଦ୍ଧାଭାବଯୁକ୍ତ, ପ୍ରାପ୍ତ ଉପହାର, ମୂଲ୍ୟ ଅକଳନ୍ତା ହୋଇପାରେ। ସୁମିଷ୍ଟ ଦ୍ରବ୍ୟରେ ଅତିଥି ସତ୍କାର କରି ଆତ୍ମସନ୍ତୋଷ ଲାଭ କରିବେ। ସର୍ବ, ସପତ୍ନୀକ ଉଦ୍ୟାନ ଭ୍ରମରେ ପ୍ରଫୁଲ୍ଲିତ ହେବେ।
କର୍କଟ: ବିଶ୍ବ ମାନଦଣ୍ଡର ଆମନ୍ତ୍ରଣ ପାଇଁ ଏକାନ୍ତରେ ଜଗତ କଲ୍ୟାଣ ନିମନ୍ତେ ତପ ସାଧନାରେ ବ୍ରତୀ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ। ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଧନ ବ୍ୟୟ କରିବେ।
ସିଂହ: ଜନ କଲ୍ୟାଣରେ ନିଜକୁ ନିୟୋଜିତ କରୁଥିବାରୁ ସରକାରୀ ଓ ଦାନ ସୂତ୍ରରୁ ଆର୍ଥିକ ଅନୁଦାନ ପାଇପାରନ୍ତି। ପୁଣ୍ୟପ୍ରଭା ପତ୍ନୀଙ୍କ ସଦାସର୍ବଦା ସହଯୋଗ, ପରମ୍ପରା ସୃଷ୍ଟିର କାରଣ ହେବ। କରିତ୍‌କର୍ମା ହେବେ।
କନ୍ୟା: ବ୍ରହ୍ମବାଦୀ ହୋଇପାରନ୍ତି। ଜ୍ଞାନାଲୋକରେ ଜଗତ ଓ ଭଗତଙ୍କ ଅଗ୍ରଗାମୀ ଚଲାପଥକୁ ଆଲୋକିତ କରିପାରନ୍ତି। ସ୍ଥିର ମନ ଓ ଧୀର ଚିତ୍ତସମ୍ପନ୍ନ ବ୍ୟକ୍ତିଭାବେ ଲୋକପୂଜ୍ୟ ହୋଇପାରନ୍ତି। ପାରିବାରିକ ସ୍ନେହ ମିଳିବ।
ତୁଳା: ଆପଣ ଦୂରଦୃଷ୍ଟିସମ୍ପନ୍ନ ହୋଇଥିବାରୁ ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। ଜୀବନକୁ ସୁଖ-ସମୃଦ୍ଧିପୂର୍ଣ୍ଣ କରିବାକୁ ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହୋଇପାରନ୍ତି। ବିଦ୍ବାନ୍‌ ଓ ସାହସୀ ହେବେ।
ବିଛା: ଜଣେ ସ୍ବାଭିମାନୀ ବ୍ୟକ୍ତିଭାବେ ପ୍ରବଳ ଅନଟନର ସମ୍ମୁଖୀନ ହୋଇବି କାହାରି ଦୟାର ପାତ୍ର ହେବାକୁ ଇଚ୍ଛା କରନ୍ତି ନାହିଁ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଜନସେବା ଫଳଦାୟକ ହେବ।
ଧନୁ: ସମାଜସେବାରେ ନିଜକୁ ନିୟୋଜିତ କରି ଧନ୍ୟ ମନେ କରିପାରନ୍ତି। ପ୍ରକାଶିତ ଚିତ୍ତର ଅନୁଭୂତିକୁ ପାଥେୟ କରି କର୍ମତତ୍ପର ହେବେ। ସପତ୍ନୀକ ସେବା ଭାବନାରେ ଉଦ୍‌ବୃଦ୍ଧ ହେବେ।
ମକର: ଭ୍ରାତୃବର୍ଗଙ୍କ ସହଯୋଗ କାମନା କରି ରଣ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଦୃଢ଼ ମନୋବଳ ନେଇ ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
କୁମ୍ଭ: ବ୍ୟକ୍ତିର ସୁରକ୍ଷା କବଚ ଆଧ୍ୟାତ୍ମ ମାର୍ଗକୁ ବାଛିନେଇ କର୍ମତତ୍ପର ହେବେ। ସତ୍ୟବାଦିତା ଆପଣଙ୍କୁ ଜୀବନର ଶୀର୍ଷତମ ସୋପାନରେ ପହଞ୍ଚାଇ ଦେବ। ବିଭିନ୍ନ ସୂତ୍ରରୁ ଓ ସ୍ବକୀୟ ଶ୍ରମର ମୂଲ୍ୟ ପାଇ ସନ୍ତୁଷ୍ଟ ହେବେ।
ମୀନ: ବଧୁଧୈବ କୁଟୁମ୍ବକମ୍‌ ନୀତିରେ ସାହିପଡ଼ିଶାଙ୍କ ସହ ଅନୁବନ୍ଧିତ ହେବେ। ଜଣେ ଉଦାରଚେତା ବ୍ୟକ୍ତିଭାବେ ଉଚ୍ଚ ସମ୍ମାନର ଅଧିକାରୀ ହେବେ। କୃଷକ ସହାୟକ ଯୋଜନାର ସଫଳ ରୂପାୟନ କରିବେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories