ସକାଳ ୯ଟା – ମୁଖ୍ୟ ଖବର

– କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର
– ନିଲାମ ହେଲା ମରିଚି କୁଣ୍ଡର ୩୧ ଗରା ଜଳ, ପ୍ରଥମ ଗରା ପାଣି ୩୦ ଓ ଦ୍ୱିତୀୟ ଗରା ୧୬ ହଜାରରେ ନିଲାମ
– ବୌଦ୍ଧ ଜିଲ୍ଲା ବଘିଆପଡ଼ା ଖଲିଆପାଲି ଛକ ନିକଟରେ ବନ ବିଭାଗ ଗାଡ଼ିକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
– ଚଳିତ ବର୍ଷ ଅକ୍ଟୋବରରୁ ତାଳଚେରରେ ଆରମ୍ଭ ହେବ ୩୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା
– ବାବା ଲିଙ୍ଗରାଜଙ୍କ ରୁକୁଣା ରଥ, ସାଢେ ୧୨ଟାରୁ ପହଣ୍ଡି ଓ ଅପରାହ୍ଣ ୩ଟାରେ ରଥ ଟଣା
– କଳିଙ୍ଗ ଷ୍ଟାଡିୟମ ପରିସରରେ ଆଜି ଅତ୍ୟାଧୁନିକ ଟେନିସ କୋର୍ଟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
– କଟକ ଏସସିବିରେ ସଫଳ କିଡ଼ନୀ ପ୍ରତିରୋପଣ, ଜଗତପୁର ଅଞ୍ଚଳର ଜଣେ ବ୍ରେନ ଡେଡ଼ ବ୍ୟକ୍ତିଙ୍କ ୨ଟି କିଡ଼ନୀର ଅନ୍ୟ ଦୁଇ ଜଣ ରୋଗୀଙ୍କ ଶରୀରରେ ହେଲା ପ୍ରତିରୋପଣ
– ଜିଏସଟି ଠକେଇ ଅଭିଯୋଗରେ ବାଣିକ୍‌ କୋଚିଂ ସେଣ୍ଟର ଉପରେ ଚଢ଼ାଉ, ଭୁବନେଶ୍ୱରର ୩ଟି ସେଣ୍ଟର ଓ କୋଲକାତାର କେତେକ କେନ୍ଦ୍ରରେ ଏକ ସଂଗେ ଚଢ଼ାଉ ସୂଚନା
– ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା, ଉତ୍ତର ଓଡିଶାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ପାଣିପାଗ ବିଭାଗର ସତର୍କତା ଜାରି
– ପୁରୀ ରଥଯାତ୍ରା ପାଇଁ ଆଜି ଦିନ ୧୧ଟାରେ ବସିବ ପ୍ରଥମ ପ୍ରସ୍ତୁତି ବୈଠକ, ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ହେବ ଆଲୋଚନା

Comments are closed.