www.samajalive.in
Monday, December 15, 2025
16.1 C
Bhubaneswar

ଧରାପଡ଼ିଲେ ୮୪ ନାବାଳକ ଚାଳକ, ଗଞ୍ଜାମରୁ ସର୍ବାଧିକ ୧୨

କଟକ: ଦୁର୍ଘଟଣା ହ୍ରାସ ନିମନ୍ତେ ପରିବହନ ବିଭାଗର ନାବାଳକ ଚାଳକ ଧଡ଼ପଗଡ଼ ଅଭିଯାନ ଆରମ୍ଭ ହୋଇଛି। ମଙ୍ଗଳବାର ୮୪ଜଣ ନାବାଳକ ଗାଡି ଚାଳନା କରି ଧରାପଡିଛନ୍ତି। ସେମାନଙ୍କ ଅଭିଭାବକଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୧୨ଜଣ ନାବାଳକ ଚାଳକ ଯାଞ୍ଚ ବେଳେ ଧରାପଡିଥିଲେ। ଉକ୍ତ ଗାଡି ମାଲିକଙ୍କ ନାମରେ ପରିବହନ ବିଭାଗ ପକ୍ଷରୁ ମାମଲା ରୁଜୁ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)ର ଦଳ ପୁଲିସ ସହାୟତାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରିଥିଲେ। ଶତାଧିକ ଚାଳକ ମୋଟରଯାନ ଆଇନ୍‌ ଉଲ୍ଲଘଂନ କରି ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା।

୧୮ବର୍ଷରୁ କମ୍‌ ବହୁ ଛାତ୍ରଛାତ୍ରୀ ଗାଡ଼ି ଚଲାଇ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଉଛନ୍ତି। ସେମାନଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ୧୦ ଦିନ ବ୍ୟାପୀ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଗଞ୍ଜାମରେ ସର୍ବାଧିକ ୧୨ଜଣ, ରାଉରକେଲା-୧୧, ବାଲେଶ୍ବର-୯,କଟକ-୭, ବଡବିଲ, କଳାହାଣ୍ଡି, ଝାରସଗୁଡା, ଭୁବନେଶ୍ବର-୨ରେ ୫ଜଣ ଲେଖାଏଁ ଧରାପଡିଥିବା ବେଳେ ଢେଙ୍କାନାଳ, ରାୟଗଡା, ଯାଜପୁର, ସମ୍ବଲପୁରରେ ୩ଜଣ, ଭଞ୍ଜନଗର, କୋରାପୁଟ, ଚଣ୍ଡିଖୋଲରେ ୨ଜଣ ଲେଖାଏଁ ଓ ବରଗଡ଼, ଭୁବନେଶ୍ବର-୧, ନୂଆପଡା, ତାଲଚେର, ନବରଙ୍ଗପୁର, ସୁନ୍ଦରଗଡ ଜିଲା​‌େ​‌ର ଜଣେ ଲେଖାଏଁ ନାବାଳକ ଗାଡି ଚଳାଇ ଧରାପଡ଼ିଛନ୍ତି। ଏହି ଅଭିଯାନ ଏପ୍ରିଲ ପ୍ରଥମ ସପ୍ତାହ ପାର୍ଯ୍ୟନ୍ତ ଜାରି ରହିବ। ନାବାଳକ ଚାଳକଙ୍କ ସମେତ ହେଲମେଟ୍‌ ନ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ଚାଳନା, ବିପରୀତ ରାସ୍ତାରେ ଗାଡ଼ି ଚାଳନା, ମୋବାଇଲ ଫୋନ୍‌ ବ୍ୟବହାର କରି ବହୁ ଚାଳକ ଧରାପଡିଥିଲେ। ବିଭିନ୍ନ ଜିଲାରେ ସକାଳେ ଓ ରାତି ସମୟରେ ଯାଞ୍ଚ ପ୍ରକ୍ରୀୟା କରାଯାଇଥିଲା। ଗତକାଲି ନାବାଳକ ଗାଡ଼ିଚାଳକଙ୍କ ଉପରେ ପରିବହନ ବିଭାଗ ପକ୍ଷରୁ କଡ଼ା ନଜର ରଖାଯିବା ସହ କଠୋର ଦଣ୍ଡ ବ୍ୟବସ୍ଥା କରାଯିବା ନେଇ ସତର୍କ କରାଯାଇଥିଲା। ଏପରିକି ଯଦି ଜଣେ ନାବାଳକ ନିୟମ ଅମାନ୍ୟ କରି ଗାଡ଼ିଚଳାଇ ଧରାପଡ଼ନ୍ତି, ତେବେ ତାଙ୍କର ଲାଇସେନ୍ସ (ଗାଡ଼ିଚାଳନା ଅନୁମତି) ତାଙ୍କୁ ୨୫ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ନାହିଁ ବୋଲି ବିଭାଗ ପକ୍ଷରୁ ସତର୍କ କରାଇଦିଆଯାଇଛି। ବିଭାଗ ପକ୍ଷରୁ ବିଶେଷ କରି ଶିକ୍ଷାନୁଷ୍ଠାନ ଥିବା ସ୍ଥାନଗୁଡ଼ିକରେ ଯାଞ୍ଚ କରାଯାଇଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories