www.samajalive.in
Monday, December 15, 2025
16.1 C
Bhubaneswar

ବିଏସଏଫ ତରଫରୁ ସାଡିଙ୍ଗିଆ ଠାରେ ସ୍ବାସ୍ଥ୍ୟ ଶିବିର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ସୁମେରବନ୍ଧ ପଞ୍ଚାୟତ ମିଙ୍ଗୁନପଦର ଠାରେ ମୂତୟନ ଥିବା ୯୯ ବାଟାଲିୟନ ସୀମା ସୁରକ୍ଷା ବାହିନୀ ( ବିଏସ୍ଏଫ୍ ) ତରଫରୁ ସାଡିଙ୍ଗିଆ ଠାରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଏହି କାର୍ୟ୍ୟକ୍ରମରେ ସାଡିଙ୍ଗିଆ ସମେତ ନିକଟସ୍ଥ କଟାପାଙ୍ଗା, କିଆମୁଣ୍ଡା ଗ୍ରାମର ୧୧୭ ଜଣ ଗ୍ରାମବାସୀ ଯୋଗ ଦେଇଥିଲେ। ଲୋକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ଓ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ୯୯-ବିଏସଏଫ ବାଟାଲିୟନର କମାଣ୍ଡାଣ୍ଟ ସଞ୍ଜୀବ କୁମାର, ସାଡିଙ୍ଗିଆ ସରପଞ୍ଚ ସୌଦାମିନୀ କହଁର, କଟାପାଙ୍ଗା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର କୁମାର ସାହୁ ଓ ସାଡିଙ୍ଗିଆ ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସମେତ ସ୍ଥାନୀୟ ଲୋକେ ଏହି କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ବିଏସଏଫ ଇନ୍ସପେକ୍ଟର ଜିତ ରାମଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ଡ. ଅଙ୍କୁଶ ରାଓ୍ବଲ ଓ ବିଏସଏଫର ମେଡିକାଲ କର୍ମଚାରୀ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ମାଓ ପ୍ରବଣ ତଥା ଦୁର୍ଗମ ଅଂଚଳରେ ନକ୍ସଲ ସମସ୍ୟାର ପ୍ରତିକାର ସହ ଏସବୁ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାରସୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବା ଓ ଅଂଚଳର ସର୍ବାଙ୍ଗୀନ ଉନ୍ନତି ଓ ଆଦିବାସୀଙ୍କ ପିଲାମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ବିଏସଏଫ୍ ତରଫରୁ ଏଭଳି ଶିବିର ଆୟୋଜନ ହେଉଥିବା ବିଏସଏଫ ପକ୍ଷରୁ କୁହାଯାଇଛି।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories