ଆଇପିଏଲ ବେଟିଂ, ୯ଗିରଫ

ବୀରମିତ୍ରପୁର: ଆଇପିଏଲ ବେଟିଂ ବେଳେ ପୁଲିସ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରିଛି। କୁଆଁରମୁଣ୍ଡା ଫାଣ୍ଡି ଯମୁନାନାକି ଅଞ୍ଚଳରେ ପୁଲିସର ଚଢ଼ାଉ କରିଥିଲା। ଅଭିଯୁକ୍ତମାନଙ୍କଠାରୁ ପୁଲିସ ୧୮ଟି ମୋବାଇଲ ସହ ଗୋଟିଏ ଲାପଟପ ଓ ଗୋଟିଏ ଟାବଲେଟ ଜବତ କରିଛି।

prayash

ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଯମୁନାନାକୀ ଅଞ୍ଚଳରେ ଲୁଚାଛପାରେ ଆଇପିଏଲ୍ ବେଟିଂ ଚାଲିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଏକ ଟିମ୍ ଗଠନ କରି ସେଠାରେ ଅଚାନକ ଚଢ଼ାଉ କରିଥିଲା। ବେଟିଂରେ ସମ୍ପୃକ୍ତ ଥିବା ୯ ଜଣଙ୍କୁ ପୁଲିସ ଘଟଣା ସ୍ଥଳରୁ ଗିରଫ କରିଥିଲା। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ବୟସ ୧୯ରୁ ୨୫ ବର୍ଷ ଭିତରେ ଏବଂ ସେମାନେ ହେଲେ ମଲେତ ସିଂ, ଭିସାଲ ରାୟ, ହିଂମାଶୁ ଦେବଗନ, ବିକାଶ ଠାକୁର, ମିନୁ ସିଂ, ଦିନେଶ କୁମାର ସାହୁ, ବିକ୍ରମଜିତ୍ ସିଂ, ଯୋଗେନ୍ଦ୍ର ସିଂ। ସେମାନଙ୍କ ଠାରୁ ୧୮ ଟି ମୋବାଇଲ, ଗୋଟିଏ ଲେଖାଏ ଲ୍ୟାପଟପ୍ ଓ ଟ୍ୟାବଲେଟ ଜବତ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଯୁବକ ଛତିଶଗଡ ରାଜ୍ୟ ଅନ୍ତର୍ଗତ ଦୁର୍ଗ ଜିଲ୍ଲାର ବୋଲି ଜଣାପଡ଼ିଛି।
ବୀରମିତ୍ରପୁର ପୁଲିସ ଏବଂ କୁଆଁରମୁଣ୍ଡା ଫାଣ୍ଡି ପୁଲିସ ନିକଟରେ କିଛି ଦିନ ହେଲା ଆଇପିଏଲ୍ ବେଟିଂ ଚାଲିଥିବା ଖବର ପହଞ୍ଚିଥିଲା। ସେହି ଖବରକୁ ଆଧାର କରି ସେହି ଅଞ୍ଚଳରେ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏ ସଂକ୍ରାନ୍ତରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ବେଟିଂରେ ରାଜ୍ୟ ବାହାର ଲିଙ୍କ୍ ମିଳିଥିବାରୁ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ତାହାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦିଆଯାଇଛି।

kalyan agarbati

Comments are closed.