www.samajalive.in
Monday, December 15, 2025
24.1 C
Bhubaneswar

ଆଇପିଏଲ୍‌ର ୨ୟ ଚରଣ : ବିସିସିଆଇର ତାଗିଦ୍‌, ‘ଅଗଷ୍ଟ ୨୦ ସୁଦ୍ଧା ଚୂଡ଼ାନ୍ତ ଖେଳାଳି ତାଲିକା ଦିଅ’

ମୁମ୍ବଇ : ସେପ୍ଟେମ୍ବର ୧୯ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୨ୟ ଚରଣ ଆରମ୍ଭ ହେଉଛି । ତେବେ କରୋନା ମହାମାରୀ ସମୟରେ ଏହି ଟୁର୍ଣ୍ଣାମେଣ୍ଟରେ କେଉଁ ଖେଳାଳି ଖେଳିବେ ଏବଂ କିଏ ଖେଳିବେ ନାହିଁ; ତାହା ନିଶ୍ଚିତ ନୁହେଁ । ଏପରି ସମୟରେ‌େ‌ ଆଇପିଏଲ୍‌ର ସମସ୍ତ ଦଳଙ୍କୁ ଅଗଷ୍ଟ ୨୦ ସୁଦ୍ଧା ସମ୍ପୂର୍ଣ୍ଣ ଖେଳାଳି ତାଲିକା ଦେବା ପାଇଁ ବିସିସିଆଇ ନିର୍ଦେଶ ଦେବା ସେମାନଙ୍କୁ ହରଡ଼ଘଣାରେ ପକାଇଛି । ଅଦ୍ୟାବଧି କ୍ରିକେଟ୍‌ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଏଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ସେମାନଙ୍କ ଖେଳାଳିଙ୍କୁ ୟୁଏଇ ଯାଇ ଆଇପିଏଲ୍‌ର ୨ୟ ଚରଣ ଖେଳିବାକୁ ସବୁଜ ସଙ୍କେତ ଦେଇଛି। ତେବେ ଆଇପିଏଲ୍‌ ଖେଳିବାର ଚୂଡ଼ାନ୍ତ ନିଷ୍ପତ୍ତି ଖେଳାଳିଙ୍କ ହାତରେ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ମାସେ ସମୟ ଥିବାବେଳେ ସମସ୍ତ ଦଳ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏକ ଦଳର କର୍ମକର୍ତ୍ତା କହିଛନ୍ତି, ଅଗଷ୍ଟ ୨୦ ସୁଦ୍ଧା ଆମକୁ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରଦାନ କରିବାକୁ କୁହାଯାଇଛି । ହେଲେ ମୁଁ ନିଶ୍ଚିତ ନୁହେଁ ଯେ କେଉଁ ବିଦେଶୀ ଖେଳାଳି ଏଥିରେ ଖେଳିବେ ଏବଂ କିଏ ଖେଳିବେ ନାହିଁ। ଏବେ ମଧ୍ୟ ଖେଳାଳିଙ୍କ ସହ ଆମର ଆଲୋଚନା ଚାଲିଛି। ତେବେ ଆମେ ଏଥିପାଇଁ ଭଲ ସ୍ଥିତିରେ ଅଛୁ ଯେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୟୁଏଇରେ ଖେଳାଯିବ। ଏଥିପାଇଁ ପ୍ରାୟ ସମସ୍ତ ବିଦେଶୀ ଆନ୍ତର୍ଜାତିକ ଖେଳାଳି ଏହା ପୂର୍ବରୁ ଆଇପିଏଲ୍‌ ଖେଳିବାକୁ ରାଜି ହୋଇପାରନ୍ତି। ହେଲେ ସେମାନଙ୍କ ସମ୍ମତି ଆବଶ୍ୟକ; ଯାହାକୁ ଆମେ ଅପେକ୍ଷା କରିଛୁ । ଏହା ସତ ଯେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୟୁଏଇରେ ଖେଳାଯିବା ସମସ୍ତ ଆଇପିଏଲ୍‌ ଦଳଙ୍କର ମୁଣ୍ଡବିନ୍ଧା କିଛି ମାତ୍ରାରେ କମାଇ ଦେଇଛି। ବିଦେଶୀ ଖେଳାଳିଙ୍କୁ ଆଇପିଏଲ୍‌ ଖେଳିବାକୁ ସେମାନଙ୍କ କ୍ରିକେଟ୍‌ ବୋର୍ଡ ପ୍ରୋତ୍ସାହିତ କରୁଛି । ଅଦ୍ୟାବଧି ଚେନ୍ନଇ ସୁପର କିଙ୍ଗ୍‌ସ ହେଉଛି ଏକମାତ୍ର ଦଳ; ଯାହା ସମ୍ପୂର୍ଣ୍ଣ ଖେଳାଳି ତାଲିକା ଘୋଷଣା କରିସାରିଛି। ଖେଳାଳି ତାଲିକା ଦାଖଲ କରିବାର ଶେଷ ତାରିଖକୁ ଅଗଷ୍ଟ ୨୦ରୁ ଘୁଞ୍ଚାଇବା ପାଇଁ କିଛି ଦଳ ବିସିସିଆଇ ନିକଟରେ ଅନୁରୋଧ କରିଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories