ଭୁବନେଶ୍ବର : ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭୁବନେଶ୍ବରରୁ ଗୁରୁବାର ରାତିରେ ରେଳ ଯାତ୍ରା କରିଛନ୍ତି। ହୀରାଖଣ୍ଡ ଏକ୍ସପ୍ରେସରେ ସେ ରାୟଗଡା ଅଭିମୁଖେ ଯାତ୍ରା କରିଛନ୍ତି। ରେଳ ଯାତ୍ରା ସମୟରେ ସେ ଯାତ୍ରୀଙ୍କ ସହିତ ରେଳ ବିଭାଗ ପକ୍ଷରୁ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ନେଇ କେତେ ସନ୍ତୁଷ୍ଟ ସେ ସଂପର୍କରେ ଆଲୋଚନା କରିଛନ୍ତି। ବିଭିନ୍ନ ବଗିକୁ ଯାଇ ସେ ଯାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ରେଳ ଷ୍ଟେସନରେ ଉପଲବ୍ଧ ସୁବିଧା ସୁଯୋଗର ମଧ୍ୟ ଅନୁଧ୍ୟାନ କରିଥିଲେ।
On a four-day visit to #Odisha, Railway Minister Shri @AshwiniVaishnaw boarded the train from #Bhubaneswar to Rayagada for an overnight journey. During the journey, he shared a light hearted moment with his co-passengers on board.@RailMinIndia @EastCoastRail @DDOdiaNews pic.twitter.com/v5vwdGR3QV
— PIB in Odisha (@PIBBhubaneswar) August 19, 2021
ସେହିପରି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ରେଳ ଯାତ୍ରା ସମୟରେ ରେଳ ବିଭାଗ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀ ମାନଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।
Railway Minister Shri @AshwiniVaishnaw reviewed various Railways projects in #Odisha while travelling to #Rayagada in a train for an overnight journey. He boarded the train from #Bhubaneswar. @RailMinIndia @EastCoastRail @DDOdiaNews @RayagadaO pic.twitter.com/XauRmikirQ
— PIB in Odisha (@PIBBhubaneswar) August 19, 2021
ସୂଚନାଯୋଗ୍ୟ ଜନ ଆଶୀର୍ବାଦ ଯାତ୍ରାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୪ ଦିନଆ ଓଡ଼ିଶା ଗସ୍ତରେ ଆସିଛନ୍ତି।



