www.samajalive.in
Monday, December 15, 2025
24.1 C
Bhubaneswar

ବାରଣାସୀରେ ପ୍ରତିଷ୍ଠା ହେବ ଅନ୍ତର୍ଜାତୀୟ ସ୍କିଲ ଇଣ୍ଡିଆ କେନ୍ଦ୍ର

ଡେସ୍କ: ଉପସାଗରୀୟ ଦେଶ ତଥା ବିଶ୍ୱ ବଜାର ପାଇଁ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ନିମନ୍ତେ ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର ପ୍ରତିଷ୍ଠା କରାଯିବ। ଏ ନେଇ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ ତଥା ଏନଏସଡ଼ିସିଆଇ ଇଂଟରନ୍ୟାସନାଲ (ଏନଏସଡ଼ିସିଆଇ) ଏବଂ ଡିପିି ୱାର୍ଲଡର ଭାରତୀୟ ୟୁନିଟ୍‍, ହିନ୍ଦୁସ୍ତାନ ପୋର୍ଟ ପ୍ରାଇଭେଟ୍‍ ଲିମିଟେଡ଼୍‍ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

ଏହି ଏମଓୟୁ ଦ୍ୱାରା ଉତରପ୍ରଦେଶର ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟରକୁ ବିକଶିତ କରାଯିବ। ବିଦେଶରେ ରୋଜଗାର ପାଇଁ ଇଚ୍ଛୁକ ଥିବା ଦେଶର ଯୁବବର୍ଗଙ୍କ ଲଜିଷ୍ଟିକ୍‍, ବନ୍ଦର ପରିଚାଳନା ଓ ସମତୁଲ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯିବ। ଏଠାରେ ଅନ୍ତରାଷ୍ଟ୍ରୀୟ ସ୍ତରର ଦକ୍ଷତା ପ୍ରଦାନ କରିବା ସହ ବିଶ୍ୱ ବଜାର ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବା ନେଇ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

- Advertisement -

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉପସାଗରୀୟ ଦେଶ ଓ ବିଶ୍ୱର ଅନ୍ୟ ଦେଶ ଗୁଡ଼ିକ ସହ ଭାରତ ଏକ ସହଯୋଗୀ ରାଷ୍ଟ୍ର ହୋଇପାରିଛି। ସରକାର ଦେଶର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ଭବିଷ୍ୟତ କାର୍ଯ୍ୟ ପାଇଁ ମଧ୍ୟ ପ୍ରସ୍ତୁତ କରୁଛି। ସରକାର ଦକ୍ଷ ଓ ନିର୍ଭରଯୋଗ୍ୟ ମାନବସମ୍ବଳ ପ୍ରସ୍ତୁତ କରୁଛନ୍ତି। ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ ଦ୍ୱାରା ଦେଶ ଓ ବିଶ୍ୱ ଅର୍ଥନୀତି ଗତିଶୀଳ ହେବ। ଭାରତ ଏବଂ ୟୁଏଇ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ ଆଜିର ଏହି ଏମଓୟୁ ଅନ୍ୟ ଏକ ସଫଳ ଭାଗିଦାରୀ ହେବ, ଯାହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ୍‍ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଏମଓୟୁ ସ୍ୱାକ୍ଷରିତ ହେବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୟୁଏଇର ଉଦ୍ୟମିତା, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଡ଼. ଅହିମ୍ମଦ ବେଲହଲ ଅଲଫାଲାସୀ ଓ ୟୁଏଇର ପ୍ରତନିଧି ମଣ୍ଡଳିଙ୍କ ସହ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଭାରତ ଓ ୟୁଏଇର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଭାରତ-ୟୁଏଇ ସଇପିଏକୁ ଆହୁରି ଶିଖରକୁ ନେବା ଦିଗରେ ବୈଠକରେ ଆଲୋଚନା ହୋଇଥିଲା।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories