ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା ଗ୍ରାମରେ ଚବିଶ ପ୍ରହର ନାମ ଯଜ୍ଞ ଧୁମଧାମରେ ଅନୁଷ୍ଠିତ ହେଉଛି। ଆଜି ନାମ ଯଜ୍ଞ ମଣ୍ଡପକୁ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ବିଜୁ ଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟି ସ୍ଥାନୀୟ ସରପଞ୍ଚ ଅନିରୁଦ୍ଧ ନାଏକ ଓ ସମିତି ସଭ୍ୟ ଭାଗବତ ନାଏକ ପ୍ରମୁଖ ଯାଇ ଶ୍ରଦ୍ଧାଳୁମାନଙ୍କ ଗହଣରେ କିଛି ସମୟ କଟାଇଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଏଠାରେ ବିଧାୟକଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏଠାରେ ମୟୂରଭଞ୍ଜ ଜିଲ୍ଲାର କୁଲଡିହା, ଅସ୍ତପୁର, ଟୁଙ୍ଗାଡ଼ିହା, ଖଇରବଣୀ ଓ ପୁଟୁଲୁପୁଙ୍ଗି ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଅଖଣ୍ଡ ନାମ ସଂକୀର୍ତ୍ତନ ଜାରି ରଖିଛନ୍ତି। ନାମ ଯଜ୍ଞ ଶ୍ରବଣ କରିବାକୁ ଆଖ ପାଖ ଗ୍ରାମବାସୀ ଏଠାରେ ପହଞ୍ଚୁଥିବା ଦେଖାଯାଇଛି।
Popular Categories



