ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ସମସ୍ତ ୬ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟାଙ୍କ ସହ ବିଜୁ ଜନତା ଦଳ ସମର୍ଥନରେ ବିଜୟ ଲାଭ କରିଥିବା ସମସ୍ତ ସରପଂଚ, ସମିତି ସଭ୍ୟସଭ୍ୟା, ୱାର୍ଡ ସଦସ୍ୟ ସଦସ୍ୟା ଏବଂ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷମାନଙ୍କୁ ବିଜୁ ଜନତା ଦଳ ପକ୍ଷରୁ ମଇ ୧୫ ତାରିଖ ଭୀମକୁଣ୍ଡ ଠାରେ ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ସମ୍ବର୍ଦ୍ଧିତ କରାଯିବ ବୋଲି ବିଜୁ ଜନତା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଭୀମକୁଣ୍ଡ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପାଟଣା ବ୍ଲକ ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପଲାଣଘାଟି ସମିତି ସଭ୍ୟ ବିଶ୍ଵନାଥ ନାୟକ, ରତନ ସେଠୀ,ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ଅନ୍ୟମାନେ ମିଳିତ ହୋଇ ସମ୍ବର୍ଦ୍ଧନା ସଭା ଆୟୋଜନର ରୂପରେଖ ପ୍ରସ୍ତୁତି କରିଥିଲେ।
Popular Categories



