www.samajalive.in
Sunday, December 7, 2025
13.1 C
Bhubaneswar

ଉସେନ୍‌ ବୋଲ୍ଟଙ୍କୁ ପଛରେ ପକାଇଲେ ଏହି ଭାରତୀୟ ! ପରୀକ୍ଷଣ ପାଇଁ ଡକାଇବେ କ୍ରୀଡ଼ାମନ୍ତ୍ରୀ

ବେଙ୍ଗାଲୁରୁ: ଉସେନ ବୋଲ୍ଟ ବିଶ୍ଵର ସବୁଠୁ ଦ୍ରୁତତମ ଧାବକ ଭାବେ ପରିଚିତ। ସବୁଠୁ କମ୍‌ ସମୟରେ ୧୦୦ ଦୌଡ଼ର ରେକର୍ଡ ତାଙ୍କ ନାମରେ ରହିଛି। କିନ୍ତୁ ବୋଲ୍ଟଙ୍କୁ ବି ପଛରେ ପକାଇ ଦେଇଛନ୍ତି ଜଣେ ଭାରତୀୟ। ସେ ହେଉଛନ୍ତି କର୍ଣ୍ଣାଟକର ଶ୍ରୀନିବାସ ଗୌଡ଼ା। ମଇଁଷି ଦୌଡ଼ ପ୍ରତିଯୋଗିତାରେ ଭାଗନେଇଥିବା ନିଜର ୨ଟି ମଇଁଷିଙ୍କ ସହିତ ଭାଗନେଇଥିବା ଶ୍ରୀନିବାସ ୯.୫୫ ସେକେଣ୍ଡରେ ୧୦୦ ମିଟର ଅତିକ୍ରିମ କରିଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏପରି କି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଏ ବିଷୟରେ ଅବଗତ ହେବା ପରେ ପରୀକ୍ଷଣ ପାଇଁ ଶ୍ରୀନିବାସଙ୍କୁ ଭାରତୀୟ ଖେଳ ପ୍ରାଧିକରଣ(ସାଇ)କୁ ଡକାଯିବ ବୋଲି ଟ୍ବିଟ୍‌ କରି କହିଛନ୍ତି।

Image Courtesy: Amar ujala

ଶ୍ରୀନିବାସଙ୍କ ଘର ଦକ୍ଷିଣ କନ୍ନଡ଼ ଜିଲାରେ। ସେ ଏହି ପାରମ୍ପରିକ କ୍ରୀଡ଼ା(ମଇଁଷି ଦୌଡ଼)ରେ ୩୦ ବର୍ଷ ପୁରୁଣା ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏହି ଖେଳକୁ କମ୍ବାଲା ରେସ୍‌ କୁହାଯାଏ। ଶ୍ରୀନିବାସଙ୍କ ଦୌଡ଼ ସମୟର ଭିଡିଓ ଭାଇରାଲ ହେବା ପରେ ଲୋକମାନେ ତାଙ୍କୁ ଏବେ ବିଶ୍ଵର ସବୁଠାରୁ ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ସହିତ ତୁଳାନା କରୁଛନ୍ତି। ବୋଲ୍ଟ ୧୦୦ ମିଟର ଦୂରତାକୁ ୯.୫୮ ସେକେଣ୍ଡରେ ଅତିକ୍ରମ କରିଥିବାବେଳେ ଶ୍ରୀନିବାସ ଏଥିପାଇଁ ତାଙ୍କଠାରୁ ୦.୦୩ ସେକେଣ୍ଡ କମ୍‌ ସମୟ ନେଇଛନ୍ତି। ଶ୍ରୀନିବାସ ଉକ୍ତ ପ୍ରତିଯୋଗିତାରେ ୧୩.୬୨ ସେକେଣ୍ଟରେ ୧୪୨.୫ ମିଟର ଦୌଡ଼ ପୂରା କରିଥିଲେ। ଏହା ପରେ ତାଙ୍କର ହାରାହାରି ବେଗକୁ ନେଇ ଗଣନା ଆରମ୍ଭ କରାଯାଇଥିଲା, ଯେଉଁଥିରୁ ସେ ୯.୫୫ ସେକେଣ୍ଡରେ ୧୦୦ ମିଟର ଦୌଡ଼ିଥିବା ଜଣାପଡ଼ିଥିଲା।

- Advertisement -

କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଛନ୍ତି, ମୁଁ ସାଇର ମୁଖ୍ୟ କୋଚଙ୍କ ଜରିଆରେ ଶ୍ରୀନିବାସଙ୍କୁ ପରୀକ୍ଷଣ ପାଇଁ ଡକାଇବି। ଅଲିମ୍ପିକ୍ସରେ ଆଥଲେଟିକ୍ସ ବିଷୟରେ ସାଧାରଣ ଲୋକଙ୍କୁ ଠିକ୍‌ ଭାବେ ଜଣା ନ ଥାଏ। ଅଲିମ୍ପିକ୍ସରେ ଭାଗନେବାକୁ ହେଲେ ମଣିଷର ଶକ୍ତି ଏବଂ ଧୈର୍ଯ୍ୟ ରହିବା ଦରକାର। ଭାରତର କୌଣସି ପ୍ରତିଭାଙ୍କ ସହିତ ଯେପରି ଅନ୍ୟାୟ ନ ହୁଏ ତାହା ମୁଁ ସୁନିଶ୍ଚିତ କରିବି।

ତେବେ ଶ୍ରୀନିବାସଙ୍କ ରେକର୍ଡକୁ ସିଧାସଳଖ ବୋଲ୍ଟଙ୍କ ସହିତ ତୁଳନା କରାଯାଇପାରିବ ନାହିଁ। କାରଣ ଶ୍ରୀନିବାସ ମଇଁଷି ଯୋଡ଼ା ସହିତ କାଦୁଅରେ ଦୌଡ଼ିଥିଲେ। ଏହି ସମୟରେ ବେଗ କିଛିଟା ଭିନ୍ନ ରହିଥାଏ। କିନ୍ତୁ ଶ୍ରୀନିବାସ ନିଜର ଏହି କମାଲ ପାଇଁ ରାତାରାତି ଲୋକପ୍ରିୟ ପାଲଟିଯାଇଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଲୋକଙ୍କଠାରୁ ମିଳୁଥିବା ପ୍ରତିକ୍ରିୟା ଯୋଗୁ ସେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ସେ କାମ୍ବାଲା ରେସ୍‌କୁ ଭଲ ପାଆନ୍ତି। ମୋର ଏହି ସଫଳତାର ଶ୍ରେୟ ମୋର ୨ ମଇଁଷିଙ୍କୁ ମିଳିବା ଉଚିତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories