www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’ଙ୍କୁ ଆଗୁଆ ଜାମିନ

ବେଙ୍ଗାଲୁରୁ: ବହୁ ଚର୍ଚ୍ଚିତ କର୍ନାଟକ ଯୌନ କେଳେଙ୍କରୀ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’ ତଥା ହୋଲେନାରସିପୁରା ବିଧାୟକ ଏଚଡି ରେଭାନ୍ନାଙ୍କ ସ୍ତ୍ରୀ ଭବାନୀ ରେଭାନ୍ନାଙ୍କୁ ଆଗୁଆ ଜାମିନ ମିଳିଛି। ଶୁକ୍ରବାର କର୍ନାଟକ ହାଇକୋର୍ଟ ଭବାନୀଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ମହୀଶୁରର କେ.ଆର. ନଗର ଥାନାରେ ଭବାନୀଙ୍କ ନାମରେ ଅପହରଣ ମାମଲା ରୁଜୁ ହୋଇଥିଲା।
ବିଚାରପତି କ୍ରିଷ୍ଣା ଏସ ଦିକ୍ଷିତ ପିଟିଶନର ଶୁଣାଣି କରି ଏହି ଜାମିନ ଦେଇଛନ୍ତି। କିଛି ସର୍ତ୍ତ ରଖି ବିଚାରପତି କହିଛନ୍ତି ଯେ, ଆବେଦନକାରୀ ଭବାନୀ ବିଚାର ବିଭାଗୀୟ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ଶୁକ୍ରବାର ଅପରାହ୍ନ ୧ଟାରେ ହାଜର ହେବା ସହିତ ତଦନ୍ତ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରିବେ। ଅନ୍ୟପଟେ ତଦନ୍ତ ଆଳରେ ଅଧିକାରୀ ତାଙ୍କୁ ଅପରାହ୍ନ ୫ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ବସାଇ ରଖିପାରିବେ ନାହିଁ।

ବିଚାରପତି ଆହୁରି କହିଥିଲେ ଯେ, କେବଳ ଏହି ସର୍ତ୍ତ ଅନୁସାରେ ଜାମିନ ଦିଆଯାଉଛି। ଏହା କୌଣସି ପୁରସ୍କାର ନୁହେଁ। ତେଣୁ ଏହାକୁ ନେଇ କୌଣସି ପ୍ରଚାର ଉତ୍ସବ ମନାଇବେ ନାହିଁ। ଅନ୍ୟପଟେ ମାମଲାର ତଦନ୍ତ କରୁଥିବା ଏସଆଇଟି ଦାବି କରିଛି ଯେ, ଭବାନୀ ହେଉଛନ୍ତି ଯୌନ କେଳେଙ୍କରୀ ଘଟଣାର ମାଷ୍ଟରମାଇଣ୍ଡ। ତାଙ୍କୁ ବିଚାର ବିଭାଗୀୟ ହାଜତରେ ଜେରା କରାଯିବା ଉଚିତ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories