www.samajalive.in
Saturday, December 6, 2025
19.1 C
Bhubaneswar

ମୋଦୀଙ୍କ ପାଇଁ ସମସ୍ତେ ଠିଆ ହୋଇଥିଲେ, ଦୁଇ କିଙ୍ଗ୍‌‌ମେକର ନେତା ବସି ଦେଖୁଥିଲେ ଦୃଶ୍ୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଏନଡିଏର ସଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଆଜିର ବୈଠକରେ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସଭାରେ ବିଜେପି ଏବଂ ସହଯୋଗୀ ଦଳର ସମସ୍ତ ସାଂସଦ ଏବଂ ବଡ ନେତା ଉପସ୍ଥିତ ଥିଲେ। ବୈଠକରେ ମୋଦୀ ପ୍ରବେଶ କରିବା ମାତ୍ରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହା ପରେ ସେ ମଞ୍ଚରେ ପହଞ୍ଚିବା ପରେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିୟୁ ନେତା ନୀତିଶ କୁମାର ସ୍ୱାଗତ କରିବା ସହ ମଞ୍ଚରେ ପହଂଚିଥିଲେ। ବିଜେପି ସଭାପତି ଜେପି ନଡ୍ଡା ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ବୈଠକ ଆରମ୍ଭ ହୋଇଥିଲା। ଜେପି ନଡ୍ଡା ନରେନ୍ଦ୍ର ମୋଦୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ସଭାରେ ଉପସ୍ଥିତ ଥିବା ସମସ୍ତ ନେତା ଠିଆ ହୋଇ ମୋଦୀ-ମୋଦୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟରେ ମଞ୍ଚରେ ବସିଥିବା ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାର ନିଜ ଚେୟାରରେ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସମସ୍ତ ନେତାମାନେ ଠିଆ ହୋଇ ସ୍ୱାଗତ କରିବା ବେଳେ ଏହି ଦୁଇ କିଙ୍ଗମେକର କିନ୍ତୁ ବସି ରହିଥିଲେ। ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories