www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟରାତ୍ରିରେ ପ୍ରଜ୍ଜ୍ୱଳଙ୍କୁ ବାନ୍ଧିଲା ଏସଆଇଟି

ସମାଜ ଡିଜିଟାଲ ଡେସ୍କ: ଯୌନ କେଳେଙ୍କରୀ ମାମଲାରେ ଛନ୍ଦି ହୋଇଥିବା ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡ଼ାଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ୩୫ ଦିନ ପରେ ଗିରଫ କରିଛି ପୁଲିସ। ଗୁରୁବାର ମଧ୍ୟରାତ୍ରିରେ ପ୍ରଜ୍ଜ୍ୱଳ ବେଙ୍ଗାଲୁରୁ ବିମାନବନ୍ଦରରେ ଓହ୍ଲାଇବା ପରେ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ତାଙ୍କୁ ଗିରଫ କରିଛି। ମେ ୩୧ ତାରିଖରେ ଏସଆଇଟି ନିକଟରେ ହାଜର ହେବେ ବୋଲି ପ୍ରଜ୍ଜ୍ୱଳ ଏକ ଭିଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଥିଲେ।

କର୍ନାଟକର ହସନ ସାଂସଦ ପ୍ରଜ୍ଜ୍ୱଳଙ୍କ ବିରୋଧରେ ୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏହା ପରେ ସେ ଫେରାର ହୋଇଯାଇଥିଲେ। ଏପ୍ରିଲ ୨୭ରେ ସେ ଜର୍ମାନୀ ପଳାଇଥିବା ଜଣାପଡ଼ିଥିଲା। ଏସଆଇଟିର ଅନୁରୋଧକ୍ରମେ ଇଣ୍ଟରପୋଲ୍‌‌ ପ୍ରଜ୍ଜ୍ୱଳଙ୍କୁ ଧରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଜରିଆରେ ଏକ ବ୍ଲୁ କର୍ନର ନୋଟିସ ଜାରି କରିଥିଲା। ଏହା ସହିତ ପ୍ରଜ୍ଜ୍ୱଳଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ତାଙ୍କୁ ଆତ୍ମସମର୍ପଣ କରିବା ଲାଗି କହିଥିଲେ। ପ୍ରଜ୍ଜ୍ୱଳ ଏକ ଭିଡିଓ ଜାରି କରି ମେ ୩୧ରେ ହାଜର ହେବା ନେଇ ସୂଚନା ଦେଇଥିଲେ। ତଦନୁଯାୟୀ ରାତି ପ୍ରାୟ ୧୨ଟା ୫୨ରେ ସେ ବେଙ୍ଗାଲୁରୁ ବିମାନବନ୍ଦରରେ ଓହ୍ଲାଇବା ପରେ ପୂର୍ବରୁ ଜଗି ରହିଥିବା ଏସଆଇଟି ତାଙ୍କୁ ନିଜ ହେପାଜତକୁ ନେଇଥିଲା।

- Advertisement -

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୨୬ରେ ନିର୍ବାଚନ ପୂର୍ବରୁ କିଛି ଭିଡିଓ ହସନ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଯେଉଁଥିରୁ ପ୍ରଜ୍ଜ୍ୱଳଙ୍କ ଯୌନ କେଳେଙ୍କରୀ ପଦାରେ ପଡ଼ିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories