www.samajalive.in
Monday, December 15, 2025
24.1 C
Bhubaneswar

ଜଳବାୟୁ ପରିବର୍ତ୍ତନ ସମାଧାନରେ ଭାରତ ନିଜ ସ୍ୱାର୍ଥ ସୁରକ୍ଷା କରିବ: ଜାଭଡେକର

ନୂଆଦିଲ୍ଲୀ: ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିଷୟରେ ଭାରତ ଉନ୍ନତ ଦେଶଗୁଡ଼ିକର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଓ ଜଳବାୟୁ ପରିବର୍ତ୍ତନର ସମାଧାନରେ ନିଜର ସ୍ୱାର୍ଥର ସୁରକ୍ଷା କରିବ। ସେ କହିଛନ୍ତି, ମୋଟ୍‍ ଅଙ୍ଗାରକାମ୍ଳ ଗ୍ୟାସ୍‍ ନିର୍ଗମନର ଶତକଡ଼ା ୭୦ଭାଗ ଉନ୍ନତ ଦେଶଗୁଡ଼ିକରୁ ହେଉଛି। କିନ୍ତୁ ଭାରତରୁ ମାତ୍ର ଶତକଡ଼ା ୩ଭାଗ ଅଙ୍ଗାରକାମ୍ଳ ଗ୍ୟାସ୍‍ ନିର୍ଗମନ ହେଉଛି।

ରାଜ୍ୟସଭାରେ ଗୁରୁବାର ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ବିତର୍କରେ ଉତ୍ତର ଦେଇ ସରକାର ଏ କ୍ଷେତ୍ରରେ ନେଇଥିବା ପଦକ୍ଷେପ ବିଷୟରେ ସେ ଜଣାଇଛନ୍ତି। ସେ କହିଛନ୍ତି, ଭାରତ ନିଜର ମୂଲ୍ୟବୋଧ ଓ ନୀତିକୁ ଭିତ୍ତି କରି ଏହାର ଜୀବନଶୈଳୀ ପ୍ରସ୍ତୁତ କରିଛି ଯାହା ପରିବେଶ ପ୍ରତି କୌଣସି କ୍ଷତି ପହଞ୍ଚାଇବ ନାହିଁ। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକୁ ଅବତାରଣା କରି ଜାଭଡେକର କହିଛନ୍ତି, ଜଳବାୟୁ ପରିବର୍ତ୍ତନ କ୍ରୀୟାନୁଷ୍ଠାନ ଯୋଜନା ୨୯୦କୋଟି ଟଙ୍କାର ବ୍ୟୟ ଅଟକଳରେ ପ୍ରସ୍ତୁତ କରାଯାଇଛି। ଏହା ରାଜ୍ୟ ସରକାରଗୁଡ଼ିକୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସେମାନଙ୍କର ପ୍ରତିଷ୍ଠାନ ସ୍ଥାପନରେ ସହାୟତା କରୁଛି।

- Advertisement -

ମନ୍ତ୍ରୀ କହିଛନ୍ତି, ଦେଶରେ ପୁର୍ନବ୍ୟବହାର କ୍ଷମ ଶକ୍ତିର ବ୍ୟବହାରକୁ ଉତ୍ସାହିତ କରାଯାଉଛି ଓ କମ୍‍ ଶକ୍ତି ବ୍ୟବହାର, ସ୍ଥାୟୀ ସହର ଓ ପରିବହନ ବ୍ୟବସ୍ଥା କ୍ଷେତ୍ରରେ ପୁଞ୍ଜିନିବେଶ କରାଯାଉଛି। ସେ କହିଛନ୍ତି, ଭାରତ ବର୍ଯ୍ୟବସ୍ତୁ ପରିଚାଳନା ସଂକ୍ରାନ୍ତ ୬ଟି ନିୟମ ପ୍ରଣୟନ କରିଛି ଯାହା ଅଙ୍ଗାକାମ୍ଳ ଗ୍ୟାସ୍‍ ନିର୍ଗମନକୁ ରୋକିବାରେ ସମ୍ପୂର୍ଣ୍ଣ ସହାୟତା କରୁଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories