www.samajalive.in
Monday, December 15, 2025
26.1 C
Bhubaneswar

ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ/ଶ୍ରୀନଗର: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାମ୍ମୁ କାଶ୍ମୀରର ମୋଟାମୋଟି ଆଇନ୍‍ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା, ରାଜ୍ୟ ପ୍ରଶାସନିକ ଅଫିସର ଓ ସମସ୍ତ ନିରାପତ୍ତା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକର ପ୍ରମୁଖ ଅଫିସରମାନେ ବୈଠକରେ ଯୋଗ ଦେଇଥିଲେ। ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଅମିତ ଶାହାଙ୍କର ଶ୍ରୀନଗରକୁ ଏହା ପ୍ରଥମ ଗସ୍ତ।

ସ୍ୱରାଷ୍ଟ୍ର ମନ୍ତ୍ରୀ ସେଠାରେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି, ନିରାପତ୍ତା ପରିସ୍ଥିତି ଓ ଆଗାମୀ ଅମରନାଥ ଯାତ୍ରା ସମ୍ବନ୍ଧୀୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରାଜ୍ୟର ବିଭିନ୍ନ ବିକାଶମୂଳକ ଯୋଜନା ଓ ପ୍ରକଳ୍ପର ମଧ୍ୟ ସେ ସମୀକ୍ଷା କରିଛନ୍ତି। ସରପଞ୍ଚମାନଙ୍କ ସମେତ ବହୁ ପ୍ରତିନିଧି ଦଳକୁ ସେ ସାକ୍ଷାତ କରିଛନ୍ତି। ଗୁରୁବାର ପୂର୍ବାହ୍ଣରେ ସେ ଶ୍ରୀନଗରଠାରେ ଇନ୍ସପେକ୍ଟର ଆଶ୍ରଦ ଖାଁଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରଙ୍କୁ ଶୋକାବାର୍ତ୍ତା ଜଣାଇଥିଲେ। ଆଶ୍ରଦ ଅନନ୍ତନାଗ ଜିଲ୍ଲାରେ ଏସ୍‍.ଏଚ୍‍.ଓ. ଭାବେ ନିଯୁକ୍ତ ହୋଇଥିଲେ ଓ ଗତ ୧୨ ତାରିଖର ସନ୍ତ୍ରାସବାଦୀ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିଲେ। ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories