www.samajalive.in
Monday, December 15, 2025
17.1 C
Bhubaneswar

୩୦ ଲିଟର ଦେଶୀ ମଦ ଜବତ, ୩ ଗିରଫ

କଲମପୁର/ଧର୍ମଗଡ : ଗତ କାଲି ସମଗ୍ର ରାଜ୍ୟରେ ପାଳନ ହେଲା ନିଶା ନିବାରଣ ଦିବସ। ଅବକାରୀ ବିଭାଗ ସମେତ ବିଭିନ୍ନ ସଂସ୍ଥା ତରଫରୁ ଲୋକଙ୍କ ସଚେତନ ପାଇଁ ଲିଫଲେଟ ବଣ୍ଟନ ସହ ସହର ପରିକ୍ରମା ସମେତ ସଭା, ସମିତିମାନ ଆୟୋଜନ କରାଯାଇଥିଲା। କିନ୍ତୁ ସହର ଠାରୁ ଗ୍ରାମାଞ୍ଚଳର ସମସ୍ତ ଦେଶୀ-ବିଦେଶୀ ମଦ ଦୋକାନ ଖୋଲାଯାଇ ଖୁଲମ ଖୁଲା ମଦ ବିକ୍ରି କରାଯାଉଥିଲା ଏବେ ସମସ୍ତ ଗ୍ରାମାଞ୍ଚଚଳର ବିଭିନ୍ନ ପାନ ଦୋକାନ ଗୁଡିକରେ ବିଦେଶୀ ମଦ ଉପଲବ୍ଧ ହେଉଥିବା ବେଳେ ପ୍ରତ୍ୟେକ ଗାଁର ଏକଧିକ ଦେଶୀ କୁଚିଆମଦ ବୋରୀ ନିଜ ପଶରା ମେଲାଇ ବିକ୍ରି କରିଚାଲିଛନ୍ତି। କେବଳ ସେତିକି ନୁହେଁ କିଛି ମଦ ବେପାରୀ ମଦକୁ ଏକ କୁଟୁର ଶିଳ୍ପ ଭାବେ ଉତ୍ପାଦିତ କରି ଚାଲିଛନ୍ତି। ଏସବୁ ବିଷୟରେ ପୁଲିସ ଓ ଅବକାରୀ ବିଭାଗ ଜାଣି ଥିଲେ ମଧ୍ୟ କୌଣସି ପଦକ୍ଷେପ ନେବାରେ ଅବହେଳା କରୁଥିବାରୁ ଦିନକୁ ଦିନ ମଦ ମାଫିଆ ଓ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ନିଶା ନିବାରଣ ଦିବସ ପାଳନ କେବଳ ସଭା ସମିତିରେ ସିମିତ ରହୁଛି। ଏନେଇ ଖବର ପ୍ରକାଶ ପାଇବା ପରେ ଅବକାରୀ ବିଭାଗ ତରଫରୁ ଧର୍ମଗଡ ଓ କେକସରା ଅଞ୍ଚଳରେ ଚଢାଉ କରାଯାଇଥିଲା। ଏହି ଚଢାଉ ସମୟରେ କୋକସରା ଥାନା ଅଧିନସ୍ଥ ବେହେରା ଗ୍ରାମର କ୍ଷୀର ସିନ୍ଧୁ ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ଘରୁ ୧୦ ଲିଟର ଦେଶୀ ମଦ, ମୁଖିଗୁଡା ବିପି ବନଦିଛୋଡଙ୍କ ଘରୁ ୧୨ ଲିଟର ହାତ ରନ୍ଧା ମଦ ଓ କେରମୁଣ୍ଡାର ଶୁକୃ କାଣ୍ଡଙ୍କ ଘରୁ ୮ ଲିଟର ମଦ ଜବତ କରାଯାଇଛି। ଏହି ତିନି ଜଣଙ୍କୁ ବେନିୟମ ଭାବେ ମଦ ରଖିଥିବା ଅଭିଯୋଗରେ ଅବକାରୀ ବିଭାଗ ଗିରଫ କରିଛନ୍ତି। ଧର୍ମଗଡ ଅବକାରୀ ଇନିସପେକ୍ଟର ପ୍ରଶାନ୍ତ କୁମାର କହଁରଙ୍କ ନେତୃତ୍ୱରେ ସବ୍‍ ଇନିସପେକ୍ଟର ଦିଲିପ ରଥମାନସ ରଞ୍ଜନ ମୁଣ୍ଡା, ବସନ୍ତ କୁମାର ବିଶି, ମହାଦେବ ମାଝୀ, କିଶୋର ଭୋଇ, ପ୍ରଦ୍ୟୁମ୍ନ ନାଏକ, ରଶ୍ମି ସାହୁ, ପ୍ରତୀମା ଗହିର, ବେଲେଶ୍ୱର ଧଙ୍ଗଡା ମାଝୀ, ଥନା ସୁନ୍ଦର ଜାଲ ପ୍ରମୁଖ ଚଢାଉରେ ସାମିଲ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories