ରାଞ୍ଚି: ରାଞ୍ଚିରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ର ଦ୍ବିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହାସହିତ ଭାରତ-ନ୍ୟୁଜିଲାଣ୍ଡର ୩-୦ ସିରିଜ ମ୍ୟାଚକୁ ଭାରତ ଜିତି ନେଇଛି। ଆଜି ଦ୍ବିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ। ୧୭.୨ ଓଭରରେ ଭାରତର ସ୍କୋର ୧୫୫/୩ ହୋଇଥିବାବେଳେ ୨୦ ଓଭରରେ ନ୍ୟୁଜିଲାଣ୍ଡର ସ୍କୋର ୧୫୩/୬ ରହିଛି। ଦ୍ବିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହା ସହିତ ଭାରତ ସିରିଜକୁ ଜିତି ନେଇଛି । ଏହି ସିରିଜ ବିଜୟ ଦ୍ବାରା ଭାରତ ନିଜର ବିଶ୍ବକପ ପରାଜୟ ଜନିତ ଗ୍ଲାନିକୁ କିଛିଟା ଲାଘବ କରିବାରେ ସକ୍ଷମ ହୋଇଛି।
ଆଜିର ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତ ଆଗରେ ୧୫୪ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଏହି ଲକ୍ଷ୍ୟକୁ ଭାରତ ୧୭.୨ ଓଭରରେ ୩ ୱିକେଟ ହରାଇ ହାସଲ କରିନେଇଥିଲା । ଭାରତର ୨ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରି ଦଳର ବିଜୟକୁ ସହଜ କରିଦେଇଥିଲେ। ରୋହିତ ୫୫ ଓ ରାହୁଲ ୬୫ ରନ କରିଥିଲେ।
ଆଜି ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ କରିଥିଲା । ନ୍ୟୁଜିଲାଣ୍ଡର ଦୁଇ ଓପନର ମାର୍ଟିନ ଗୁପ୍ତିଲ ଓ ଡାରିଲ ମିଚେଲ ୩୧ ରନ ଲେଖାଏଁ କରିଥିଲେ। ଗ୍ଲେନ ଫିଲିପ୍ସ ୩୪ ରନ ଓ ମାର୍କ ଚାପମ୍ୟାନ ୨୧ ରନ କରିଥିଲେ।



