www.samajalive.in
Sunday, December 7, 2025
13.1 C
Bhubaneswar

ଦେଶରେ ୯ କୋଟି ଟପିଲା କରୋନା ନମୁନା ପରୀକ୍ଷଣ

କରୋନା ମୁକାବିଲା କ୍ଷେତ୍ରରେ ଭାରତକୁ ଏକ ବଡ ସଫଳତା ମିଳିଛି। ଆଜି ସୁଦ୍ଧା ଦେଶରେ ୯ କୋଟି କରୋନା ନମୁନା ପରୀକ୍ଷଣ ହୋଇଛି ଯାହା ସାରା ବିଶ୍ୱରେ ଏକ ରେକର୍ଡ। ଚଳିତ ବର୍ଷ ଜାନୁୟାରୀ ୨୦ରୁ ଆଜି ମଧ୍ୟରେ କରୋନା ନମୁନା ପରୀକ୍ଷଣ ରେକର୍ଡ ୯ କୋଟି ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୪୫ ହଜାର ୧୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ସଂଖ୍ୟା ୯ କୋଟି ୯୦ ହଜାର ୧୨୨ରେ ପହଞ୍ଚିଛି। ଦେଶର ୧ ହଜାର ୯୦୦ରୁ ଅଧିକ ପରୀକ୍ଷାଗାରରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ନମୁନା ପରୀକ୍ଷଣ ସାମର୍ଥ୍ୟ ବହୁଗୁଣିତ ହୋଇପାରିଛି। ଏବେ ଦୈନିକ ୧୫ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇପାରୁଛି। କ୍ରମବର୍ଦ୍ଧିଷ୍ଣୁ ନମୁନା ପରୀକ୍ଷା ଭିତ୍ତିଭୂମି ବିକାଶ ଯୋଗୁଁ ଏତେ ସଂଖ୍ୟକ ନମୁନା ଦୈନିକ ପରୀକ୍ଷା କରିବା ସମ୍ଭବ ହୋଇପାରିଛି। ଦେଶରେ ୧ ହଜାର ୧୧୨ଟି ସରକାରୀ ଓ ୮୧୩ଟି ବେସରକାରୀ ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି।

ଦେଶବ୍ୟାପୀ ଅଧିକରୁ ଅଧିକ ପରୀକ୍ଷା ଫଳରେ ଜାତୀୟ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇଛି। ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ ହାର ଜାତୀୟ ହାର ତୁଳନାରେ କମ ରହିଛି। ମୋଟ ପଜିଟିଭ ହାର ୮.୦୪ ପ୍ରତିଶତ ଥିବା ବେଳେ ଏହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି। ଦେଶବ୍ୟାପୀ ଅଧିକ ନମୁନା ପରୀକ୍ଷଣ ଦୃଷ୍ଟିରୁ ପଜିଟିଭ ମାମଲାଗୁଡିକ ଶୀଘ୍ର ଚିହ୍ନଟ ହେବା ସହ ତଥ୍ୟ ତଦାରଖ ଜରିଆରେ ସେଗୁଡିକୁ ସଠିକ ଠାବ କରିବା ତଥା ସମୟୋଚିତ ଉପଚାର ସମ୍ଭବ ହୋଇପାରିଛି। ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି।

- Advertisement -

ନିକଟରେ ଦେଶରେ ଦେଖାଯାଇଥିବା ନୂତନ ସଂକ୍ରମଣ ମାମଲା ତୁଳନାରେ ଆରୋଗ୍ୟ ସଂଖ୍ୟା ମଧ୍ୟ ନୀରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି। ସେ ଦୃଷ୍ଟିରୁ ସକ୍ରିୟ ସଂକ୍ରମିତ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇ ୮ ଲକ୍ଷ ୨୬ ହଜାର ୮୭୬ରେ ପହଞ୍ଚିଛି। ଏହା ମୋଟ ସଂକ୍ରମିତଙ୍କ ମାତ୍ର ୧୧.୪୨ ପ୍ରତିଶତ ବୋଲି ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪ ହଜାର ୬୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୩ ହଜାର ୫୦୯ ଜଣ ସଂକ୍ରମିତ ହୋଇଛନ୍ତି। ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବାରୁ ସୁସ୍ଥତା ହାରରେ ଉନ୍ନତି ଘଟି ଏହା ୮୭.୦୫ ପ୍ରତିଶତରେ ପହଞ୍ଚିଛି। ମୋଟ ୬୩ ଲକ୍ଷ ୧ ହଜାର ୯୨୭ ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ଓ ସକ୍ରିୟଙ୍କ ମଧ୍ୟରେ ପାର୍ଥକ୍ୟ ୫୪ ଲକ୍ଷ ୭୫ ହଜାର ୫୧ରେ ପହଚିଛି। ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପାର୍ଥକ୍ୟ ସଂଖ୍ୟା ମଧ୍ୟ ନିୟମିତ ବୃଦ୍ଧି ପାଉଛି। ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ଓଡିଶା ଏବଂ ଦିଲ୍ଲୀରୁ ୭୯ ପ୍ରତିଶତ ନୂତନ ମାମଲା ରହିଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୫ ହଜାର ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୬୩ ହଜାର ୫୦୯ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ପ୍ରତିଶତ ରୋଗୀ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଅଛନ୍ତି। ନୂତନ ମାମଲା ସଂଖ୍ୟାରେ କେରଳ ମହାରାଷ୍ଟ୍ରକୁ ଟପି ସବୁଠାରୁ ଆଗରେ ରହିଛି। କେରେଳ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଦୈନିକ ୮ ହଜାର ଲେଖାଏଁ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଦୈନିକ ୪ ହଜାରରୁ ଅଧିକ ମାମଲା ପଞ୍ଜୀକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୩୦ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ପାଖାପାଖି ୮୦ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି। ମହାରାଷ୍ଟ୍ରରୁ ମୋଟ ମୃତକଙ୍କ ୨୫ ପ୍ରତିଶତ ଅର୍ଥାତ ୧୮୭ ଜଣଙ୍କର ମୃତ୍ୟୁ ଘଟିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories