ସୋମାଲିଆର ଏକ ହୋଟେଲରେ ଆତଙ୍କବାଦୀ ଆକ୍ରମଣ – ୩୫ ମୃତ, ୧୨୬ ଆହତ

ଡେସ୍କ: ସୋମାଲିଆର ରାଜଧାନୀ ମୋଗାଦିଶୁର ସମୁଦ୍ର କୂଳର ଏକ ହୋଟେଲରେ ହୋଇଥିବା ଆକ୍ରମଣରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୨୬ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଜଡିତ ସଶସ୍ତ୍ର ଗୋଷ୍ଠୀ ଅଲ-ଶବାବ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସେଠାକାର ପୁଲିସ ମୁଖପାତ୍ର କହିଛନ୍ତି ଯେ ସୁରକ୍ଷା କର୍ମୀଙ୍କ ଗୁଳିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହି ସମୁଦ୍ରକୂଳ ହୋଟେଲରେ ଫସି ରହିଥିବା ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏକ ବିସ୍ଫୋରକ ବୋଝେଇ କାରକୁ ମଧ୍ୟ ସୁରକ୍ଷା ବାହିନୀ ନିଷ୍କ୍ରିୟ କରିଛି।

ଉତ୍ତରାଖଣ୍ଡରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି

ଘଟଣାର ତଦନ୍ତ ଆରମ୍ଭ ହୋଇଛି।ସୋମାଲିଆ ପ୍ରଧାନମନ୍ତ୍ରୀ ହାସନ ଅଲ୍ଲୀ ଖଇରେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/K41LU4b2UqfBkJrbOSIO4z

https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43

Comments are closed.