ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜି ଜିଲା ସ୍ତରୀୟ ହାକାଥନ ପ୍ରତିଯୋଗିତା ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଜୟଶ୍ରୀ ଦୋରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । କର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପାର୍ଥ ସାରଥୀ ପଧାନ, ଅଧ୍ୟାପକ ତାପସ କୁମାର ପାତ୍ର ଓ ସତ୍ୟଶ୍ରୀ ମିଶ୍ର, ବିଚାରକ ଭାବରେ ୟୁଟିଆର୍, ଭୁବନେଶ୍ବର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଙ୍ଗାଲିର ଅଧ୍ୟକ୍ଷ ରମଣୀକାନ୍ତ ସାହୁ ପ୍ରମୁଖ ଯୋଗଦାନ କରି ଥିଲେ । ଏହି ପ୍ରତିଯୋଗୀତାରେ ଜିଲ୍ଳାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଙ୍ଗାଲି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାମରା, ଗଙ୍ଗାଧର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ହୀରାକୁଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୫ ଟି ପ୍ରକଳ୍ପରେ ୫୨ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ସହିତ ୬ ଜଣ ମାର୍ଗଦର୍ଶକ ଶିକ୍ଷକ ତଥା ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜୟଶ୍ରୀ ଦୋରା କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ପାର୍ଥ ସାରଥି ପଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନେଇ ଆଲୋକପାତ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନା ରାଣୀ ମଙ୍ଗଳଙ୍କ ସଭାପତିତ୍ବରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହିଣ୍ଡାଲକୋର ପୂର୍ବତନ ବରିଷ୍ଠ ଯନ୍ତ୍ରୀ ଇଂ ଆଶିଷ ମାହାଣା , ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପାର୍ଥ ସାରଥୀ ପଧାନ ଯୋଗଦାନ କରିଥିଲେ । ଜିଲ୍ଲା ଶିିକ୍ଷ ଅଧିକାରୀ ମୀନାରାଣୀ ମଙ୍ଗଳ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ଜୀବନରେ କିପରି ସଫଳ ପ୍ରତିଯୋଗୀ ହେବେ ସେଦିଗରେ ମାତାପିତା ଓ ଗୁରୁଜନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।
ପ୍ରତିଯୋଗୀତାରେ ଭାଗ ନେଇ ଥିବା ସମସ୍ତ ପ୍ରତିଭାଗିଙ୍କୁ ଭାଗିଦାରୀ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଲୁସି ସାହୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ରମଣୀ କାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ , ଜିଲା ଶିକ୍ଷା ବିଭାଗର ନିରଞ୍ଜନ ସେଠ୍ , ରାକେଶ ସାହୁ, ଅଶୋକ ସାହୁ, ବନବାସ ପ୍ରଧାନ, ସୁଶାନ୍ତ ବେହେରା, ଜୟନ୍ତୀ ପ୍ରଧାନ ଓ ୩୦ ଜଣ ସ୍ବେଚ୍ଛାସେବୀ ତଥା ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।
Comments are closed.