www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ-ଚୀନ ସୀମା ବିବାଦ: ୧୪ ଘଣ୍ଟା ଚାଲିଲା ଆଲୋଚନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ସୀମା ବିବାଦକୁ ନେଇ ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ୪ର୍ଥ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଛି। ଲଦାଖର ଚୁଶୁଲରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ପ୍ରାୟ ୧୪ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୧ଟାରେ ବୈଠକ ବସିଥିବାବେଳେ ରାତି ପ୍ରାୟ ୨ଟାରେ ଏହା ଶେଷ ହୋଇଥିବା ଜଣାପଡ଼ିଛି। ତେବେ ସୂଚନା ଅନୁସାରେ, ଆଲୋଚନା କାଳରେ ଦୁଇ ପକ୍ଷ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରୁ ପର୍ଯ୍ୟାୟକ୍ରମେ ନିଜ ନିଜର ସୈନ୍ୟମାନଙ୍କୁ ପଛକୁ ନେବା ସମ୍ପର୍କରେ କଥା ବାର୍ତ୍ତା ହୋଇଛନ୍ତି। ଡେପସାଙ୍ଗ ଫିଙ୍ଗର ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ଏବଂ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର ନେଇ ମଧ୍ୟ ଆଲୋଚନା ହୋଇଛି।

ଭାରତୀୟ ପ୍ରତିନିଧିଙ୍କ ପକ୍ଷରୁ ମେ ୫ ପୂର୍ବରୁ ପୂର୍ବ ଲଦାଖର ସମସ୍ତ ଅଞ୍ଚଳରେ ଯେଉଁଭଳି ସ୍ଥିତି ରହିଥିଲା ତାହାକୁ ପୁନର୍ବାର ଫେରାଇ ଆଣିବାକୁ ଜୋର୍‌ ଦିଆଯାଇଥିଲା। ଚୀନର ନୂଆ ଦାବିଗୁଡ଼ିକୁ ନେଇ ଯେଉଁ ପରିସ୍ଥିତି ଉପୁଜିଛି ସେ ସମ୍ପର୍କରେ ବି ଅବଗତ କରାଯାଇଥିଲା। ପେନ୍‌ଗୋଙ୍ଗ ସୋ ହ୍ରଦ ସମେତ ଅନେକ ଅଞ୍ଚଳରୁ ଚୀନ ସୈନିକମାନଙ୍କୁ ତୁରନ୍ତ ଫେରାଇନେବାକୁ ଭାରତ ଦାବି କରିଥିବା ଜଣାପଡ଼ିଛି। ମାତ୍ର ଆନୁଷ୍ଠାନିକ ଭାବେ କୌଣସି ଅଧିକାରୀ ଏ ସର୍ମ୍ପକରେ କିଛି ସୂଚନା ଦେଇନାହାନ୍ତି। ଏହା ପୂର୍ବରୁ ଜୁନ ୬, ଜୁନ ୨୨ ଏବଂ ଜୁନ ୩୦ରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ସମ୍ପନ୍ନ ହୋଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories