ସମୁଦ୍ର ଠାରୁ ସ୍ଥଳମାର୍ଗ ଚୀନ୍‌କୁ ପରାହତ କରିପାରିବ ଭାରତ – ଆମେରିକା ଦେଉଛି ଏହି ପ୍ରସ୍ତାବ

ଓ୍ୱାସିଂଟନ- ଭାରତ ପାଇଁ ଏବେ ସବୁଠାରୁ ବଡ ବଦା ହେଉଛି ଚୀନ୍‌ । ସବୁ ବେଳେ ସୀମାରେ ଅସ୍ଥିରତା ସୃଷ୍ଟି କରିବା ସହ ଆତଙ୍କବାଦ ନିପାତ ପାଇଁ ଜାତିସଂଘରେ ଭାରତ ନେଉଥିବା ବିଭିନ୍ନ ପଦକ୍ଷେପ ର ବିରୋଧ କରୁଛି । ପାକିସ୍ତାନକୁ ଏବେ ସହଯୋଗର ହାତ ବଢାଇବା ସହ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଛି ।

ହେଲେ ଚୀନ୍‌କୁ ସ୍ଥଳପଥ ଏବଂ ଜଳପଥରେ ପରାହତ କରିବା ପାଇଁ ଆମେରିକା ଭାରତକୁ ଏକ ପ୍ରସ୍ତାବ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ଏହି ପ୍ରସ୍ତାବ ଦିଆଯାଇଛି । ଆମେରିକା ଠାରୁ ଯୁଦ୍ଧଭୂମିରେ ବ୍ୟବହାର କରାଯାଉଥିବା ବିଭିନ୍ନ ଡ୍ରୋନ୍‌କୁ କିଣିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଭାରତ ଆମେରିକାଠାରୁ ଅସଶସ୍ତ୍ର ବହନ କରୁଥିବା ଡ୍ରୋନ କିଣିବା ପାଇଁ ଚାହୁଁଛି । ମାତ୍ର ଏହି ବୁଝାମଣା ଏବେ ସମ୍ପୂର୍ଣ୍ଣ ହୋଇ ନାହିଁ ।

prayash

ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍‌ ୨୨ ତାରିଖରେ ଆମେରିକା ଗସ୍ତରେ ଯିବେ । ଏହି ସମୟରେ ୩୦ ଏମ୍‌କ୍ୟୁ ପ୍ରେଡିୟଟର ଡ୍ରୋନ୍‌ ପ୍ରସଙ୍ଗରେ ଅଗ୍ରଗତି ହେବ ବୋଲି ଆଶା କରାଯାଉଛି । ଚୀନ୍‌ର ପ୍ରଭାବ ହ୍ରାସ କରିବା ପାଇଁ ଆମେରିକା ଚାହୁଁଥିବା ବେଳେ ଭାରତ ହିଁ ଏଥିପାଇଁ ବଡ ସହାୟତା ଦେଇପାରିବ ।

ଆମେରିକା ଏବେ ବାରତ ସହ ସୈନ୍ୟ ସମ୍ପର୍କ ବୃଦ୍ଧି କରିବା ପାଇଁ ଚାହୁଁଛି । ଏମ୍‌କ୍ୟୁ ୯ ଡ୍ରୋନ ହାସଲ କରିବା ଅଧିକାର ଏବେ ଭାରତ ହାତରେ ଥିବା ବେଳେ ୩୦ ଏମ୍‌କ୍ୟୁ ପ୍ରେଡିୟଟର ଡ୍ରୋନ୍‌ ଭାରତ ହାସଲ କରିବ ବୋଲି ଆଶା ରହିଛି । ଏପରି ହେଲେ ଚୀନ୍‌କୁ ଜଳପଥ ଏବଂ ସ୍ଥଳପଥରେ ଚୀନ୍‌କୁ ପ୍ରତିହତ କରିପାରିବ । ଏମ୍‌କ୍ୟୁ ୯ ଡ୍ରୋନ୍‌ ୪୫ଫୁଟ୍‌ ଉପରେ ୩୫ ଘଣ୍ଟାକାଳ ଉଡାଣ ଭରି ପାରିବ । ଏଥିରେ ଲାଗିଥିବା ମିସାଇଲ୍‌ ଏବଂ ବୋମା ଶତ୍ରୁ ପକ୍ଷର ବିନାଶ କରିପାରିବ ।

Comments are closed.