ଅଷ୍ଟ୍ରେଲିଆକୁ ୧୧ରନରେ ହରାଇଲା ଭାରତ

କାନ୍‌ବେରା: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ  ଅଷ୍ଟ୍ରେଲିଆକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ  ।ଟିମ୍ ଇଣ୍ଡିଆ ବୋଲରମାନଙ୍କର ଲଢୁଆ ବୋଲିଂ ବଳରେ ଘରୋଇ ଦଳକୁ ୧୧ରନରେ ପରାସ୍ତ କରିଛି । ଭାରତ ପକ୍ଷରୁ ନଟରାଜନ ଓ ଚହଲ ତିନୋଟି ଲାଖେ ୱିକେଟ୍ ନେଇଛନ୍ତି ।

ଆଜିର ମ୍ୟାଚରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଓପନର କେ. ଏଲ. ରାହୁଲ ଏବଂ ଶିଖର ଧୱନ ଇନିଂସ ଆରମ୍ଭ କରିଥିଲେ। ଧୱନ ମାତ୍ର ୧ ରନ୍‌ କରି ମିଶେଲ ଷ୍ଟାର୍କଙ୍କ ଦ୍ବାରା ଆଉଟ୍‌ ହୋଇଯାଇଥିଲେ। ଏହା ପରେ ଅଧିନାୟକ ବିରାଟ କୋହଲି ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ପରେ ସଞ୍ଜୁ ସାମ୍‌ସନ୍‌ ଏବଂ ରାହୁଲ କିଛି ସମୟ ପାଇଁ ଇନିଂସ ସ୍ଥିତି ସମ୍ଭାଳିଥିଲେ।

prayash

ଉଭୟେ ୩ ଉଇକେଟ୍‌ରେ ୩୮ ରନ୍‌ ଯୋଡ଼ିଥିଲେ। ଏହା ପରେ ସାମ୍‌ସନ ବ୍ୟକ୍ତିଗତ ୨୩ ରନ୍‌ ଏବଂ ଦଳୀୟ ସ୍କୋର ୮୬ ହୋଇଥିବାବେଳେ ଆଉଟ୍‌ ହୋଇଥିଲେ। ପରେ ଗୋଟିଏ ପରେ ଗୋଟିଏ ୱିକେଟର‌ ପତନ ଘଟିଥିଲା। ୧୬.୫ ଓଭରରେ ଦଳ ୧୧୪ ରନରେ ୬ଟି ଉଇକେଟ୍‌ ହରାଇଥିଲା। ରବୀନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦର ୭ମ ଉଇକେଟ୍‌ରେ ୩୯ ରନ୍‌ ଯୋଡ଼ିଥିଲେ। ଜାଡେଜା ୨୩ ବଲ୍‌ରୁ ଦ୍ରୁତ ୪୪ ରନ୍‌ ସଂଗ୍ରହ କରିବାରୁ ଦଳ ଏକ ସମ୍ମାନଜନକ ସ୍କୋର କରିପାରିଥିଲା।

ସୂଚନା ଯୋଗ୍ୟ, ଦିନିକିଆ ସିରିଜରେ ଭାରତ ୧-୨ରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ଅଷ୍ଟ୍ରେଲିଆ ପ୍ରଥମ ୨ଟି ମ୍ୟାଚରେ ବିଜୟୀ ହୋଇଥିଲାବେଳେ ଭାରତ ଅନ୍ତିମ ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିଥିଲା।

Comments are closed.