ସିଡ୍‍ନୀ ଟେଷ୍ଟ : ମ୍ୟାଚର ଫଳାଫଳରେ ବର୍ଷା ଓ ଖରାପ ଆଲୋକ ବାଧକ

0

ସିଡ୍‍ନୀ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚୁଡାନ୍ତ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିନରେ ଭାରତ ୩୦୦ରନରେ ଆଗୁଆ ରହିଛି। ଭାରତର ବିଜୟ ଆଶା ଉଜ୍ଜ୍ୱଳ ଥିବାବେଳେ ବର୍ଷା ଓ ଖରାପ ଆଲୋକ ମ୍ୟାଚର ଫଳାଫଳକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୦୦ ରନ୍‍ କରି ଅଲ୍‍ଆଉଟ୍‍ ହୋଇ ଫଲୋଅନର ସମ୍ମୁଖିନ ହୋଇଛି । ରବିବାର ସକାଳୁ ଅଷ୍ଟ୍ରେଲିଆ ଗତକାଲିର ସ୍କୋର ୨୩୬/୬ରୁ ବ୍ୟାଟିଂ ଆରମ୍ଭ କରି ୩୦୦ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା।

prayash

ଫଲୋଅନ ହେବା ସହିତ ରବିବାରର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍‍ ନ ହରାଇ ୬ ରନ୍‍ ସଂଗ୍ରହ କରିଛି। ଖରାପ ଆଲୋକ ଯୋଗୁଁ ଗତକାଲିର ଖେଳ ହୋଇପାରିନଥିବା ବେଳେ ବର୍ଷା ଯୋଗୁଁ ଆଜି ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା
ଭାରତ ପ୍ରଥମ ଇନିଂସରେ ୭ ୱିକେଟ୍‍ ହରାଇ ୬୨୨ ରନ୍‍ ସଂଗ୍ରହ କରିଥିଲା। ୩୧୬ ରନ୍‍ ପଛରେ ଥାଇ ଅଷ୍ଟ୍ରେଲିଆ ଏବେ ମଧ୍ୟ ୩୦୦ ରନ୍‍ ପଛରେ ରହିଛି।

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଛନ୍ତି। ରବୀଦ୍ର ଜାଡେଜା ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି।

Leave A Reply