www.samajalive.in
Monday, December 15, 2025
24.1 C
Bhubaneswar

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବ ହଜାର କୋଟିର କାମ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ବଳରେ ୪୦ଟି ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ୧୦ଟି ବିଭାଗରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟବସାୟର ସୁଯୋଗ ଦେବାକୁ ସ୍ଥିର କରିଛି। ସେହି ବିଭାଗଗୁଡ଼ିକ ହେଉଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମିଶନ ଶକ୍ତି (ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାକ୍‍ ବିଦ୍ୟାଳୟ ୟୁନିଫର୍ମ ଯୋଗାଣ), ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ (ଧାନ ସଂରକ୍ଷଣ, କିରୋସିନି ଡିଲରସିପ୍‍), କୃଷି ଓ କୃଷକ ସଶକ୍ତି କରଣ ବିଭାଗ (ମଂଜି ଉତ୍ପାଦନ), ବିଦ୍ୟାଳୟ ଓ ଗଣଶିକ୍ଷା, ଶକ୍ତି (ମଧ୍ୟାହ୍ନ ଭୋଜନ ପରିଚାଳନା, ମାଣ୍ଡିଆ ଲଡ଼ୁ ଯୋଗାଣ), ଜଙ୍ଗଲ ଓ ପରିବେଶ (ଚାରା ରୋପଣ ଓ ଜଙ୍ଗଲଜାତ ଦ୍ରବ୍ୟର ମାନ ବୃଦ୍ଧି), ଗୃହ ନଗର ଉନ୍ନୟନ (ସହରାଞ୍ଚଳରେ ବିଭିନ୍ନ ସେବା), ମତ୍ସ୍ୟ ପାଣି ସମ୍ବଳ (ଗ୍ରାମ ପଂଚାୟତ ପୋଖରୀରେ ମାଛ ଚାଷ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ (ହସ୍ପିଟାଲକୁ ଖାଦ୍ୟ ଯୋଗାଣ, ସାନିଟାରି ନାପକିନ୍‍, ମଶାରୀ ଯୋଗାଣ), ଗ୍ରାମ୍ୟ ଉନ୍ନୟନ (ଗ୍ରାମ୍ୟ ସଡ଼କ ରକ୍ଷଣା ବେକ୍ଷଣ) ଏବଂ ଶକ୍ତି ବିଭାଗ (ଇଲେକ୍‍ଟ୍ରିକ୍‍ ମିଟର ରିଡ଼ିଂ ଏବଂ ବିଲ୍‍ ଆଦାୟ)।

ଏହାଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିଭିନ୍ନ ସରକାରୀ ଯୋଜନାରେ ସମ୍ପୃକ୍ତ କରାଇବାରେ ସୁଫଳ ହେବ। ସହ ଲକ୍ଷ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ସ୍ଥାୟୀ ରୋଜଗାର ସୃଷ୍ଟିର ମାଧ୍ୟମ ହୋଇପାରିବ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories