ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ କ୍ରମାଗତ ୨ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୋଦୀଙ୍କ ସହ ୫୮ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି । ମୋଦୀଙ୍କ ଏହି କ୍ୟାବିନେଟରେ ୧୯ ନୂଆ ମୁହଁକୁ ସ୍ଥାନ ମିଳିଛି । ୨୫ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ, ୯ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଏବଂ ୨୪ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୋଦୀଙ୍କ ଏହି କ୍ୟାବିନେଟରେ ୬ ଜଣ ମହିଳାଙ୍କୁ ସ୍ଥାନ ମିଳିଛି।
ସ୍ମୃତି ଇରାନୀ(୪୩) ସବୁଠାରୁ ଯୁବ ମନ୍ତ୍ରୀ ଏବଂ ରାମ ବିଳାଶ ପାଶୱାନ(୭୨) ସବୁଠାରୁ ବୟୋଜ୍ୟେଷ୍ଠ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଅରୁଣ ଜେଟଲୀ ଓ ସୁଷମା ସ୍ୱରାଜ ସ୍ୱାସ୍ଥ୍ୟଗତ କାରଣରୁ ଅନିଚ୍ଛା ପ୍ରକାଶ କରି ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନାହାନ୍ତି। ସେହିପରି ଜେ.ପି ନଡ୍ଡାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନାହିଁ କାରଣ ତାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ମେନକା ଗାନ୍ଧୀ ଓ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଛି। ତେବେ ଶେଷ ମୁହୂର୍ତ୍ତରେ ଜେଡିୟୁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନାହିଁ।
ତେବେ ୨୦୧୪ରେ ଶପଥ ଗ୍ରହଣ ସମୟରେ ମୋଦୀଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୭୧ଥିବାବେଳେ ଏଥର ୫୮ରେ ସୀମିତ ରହିଛି।



