bjd gruha runa

କରୋନା ଦୃଷ୍ଟିରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର କରିବେନି ରାହୁଲ

BJD Bijuli 480×75 Mob

ଅନ୍ୟ ନେତାମାନଙ୍କୁ ଚିନ୍ତା କରିବାକୁ ପରାମର୍ଶ ଦେଲେ ରାହୁଲ

ଦେଶରେ କରୋନା ସଂକ୍ରମଣ ସ୍ଥିତି ଲଗାମ ଛଡା ହେଉଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ଆଉ ନିର୍ବାଚନ ପ୍ରଚାର ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଟ୍ୱିଟ କରି ସେ ଏହି ସୂଚନା ଦେଇଛନ୍ତି। ଅନ୍ୟ ଦଳର ନେତାମାନେ ଏହି ବିଷୟରେ ଚିନ୍ତା କରନ୍ତୁ ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି ସେଠାରେ ରାଲି ଆୟୋଜନ କରିବା ପ୍ରସଙ୍ଗରେ ଭାବିବାକୁ ସେ ପରାମର୍ଶ ଦେଇଛନ୍ତି।

ଆଗକୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ଲାଗି ଏପ୍ରିଲ ୨୨, ୨୬ ଏବଂ ୨୯ରେ ମତଦାନ ହେବାକୁ ଥିବା ବେଳେ ରାହୁଲଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗରେ ରାଜନୈତିକ ରାଲି କରୁଥିବା ବିଷୟକୁ କଂଗ୍ରେସ ସମାଲୋଚନା କରିଛି। ଦଳର ବରିଷ୍ଠ ନେତା ପି. ଚିଦମ୍ବରମ, ପ୍ରଧାନମନ୍ତ୍ରୀ ମୋଦୀ କରୋନା ସଂକ୍ରମଣକୁ ଅତି ହାଲୁକା ଭାବେ ଗ୍ରହଣ କରୁଥିବା ଅଭିଯୋଗ କରିଛନ୍ତି। ଏଭଳି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟରେ ରହି ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ ନିୟନ୍ତ୍ରଣ ପଦକ୍ଷେପ ଉପରେ ଆଲୋଚନା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

Comments are closed.