ଇମ୍ରାନ ଖାନ୍‌ଙ୍କୁ ମିଳିଲାନି କ୍ରିକେଟ ବ୍ୟାଟ

ଇସଲାମାବାଦ: ୨୦୨୪ ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ନିର୍ବାଚନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ପିଟିଆଇ (ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ) ଦଳର ମୁଖିଆ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ନିରାଶ ହେବାକୁ ପଡିଛି। ନିକଟରେ ପିଟିଆଇର ସାଂଗଠନିକ ନିର୍ବାଚନ ଶେଷ ହୋଇଥିଲେ ସୁଦ୍ଧା ପାକିସ୍ତାନ ନିର୍ବାଚନ କମିସନ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହିତ ନିର୍ବାଚନୀ ସଙ୍କେତ ଭାବେ ପିଟିଆଇ ପକ୍ଷରୁ ‘କ୍ରିକେଟ ବ୍ୟାଟ୍‌’କୁ ମଧ୍ୟ ଖାରଜ କରାଯାଇଥିବା ଜଣାପଡିଛି।

ଆଜିଠାରୁ କଟକରେ ଅଲ୍‌ଟିମେଟ୍‌ ଖୋଖୋ

ଚଳିତମାସ ୨ରେ ପେଶୱାରରେ ପିଟିଆଇ ଦଳର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହାକୁ ବିରୋଧ କରି ପିଟିଆଇର କେତେକ ନେତା ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଥିଲେ। କମିସନ ଗତ ସୋମବାର ଏହାର ଶୁଣାଣି କରିଥିବାବେଳେ ରାୟ ସଂରକ୍ଷିତ ରଖିଥିଲେ। ଦଳୀୟ ସମ୍ବିଧାନ ଅନୁଯାୟୀ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇନଥିବାରୁ ଏହାକୁ ଖାରଜ କରାଯାଇଛି ବୋଲି କମିସନ ପକ୍ଷରୁ କୁହାଯାଇଛି।

Comments are closed.