www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ଦର ମିଶ୍ର ପ୍ରଭାବ

ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଗୁରୁବାର ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ମିଶ୍ର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ଜିଲା ଓ ବ୍ଲକରେ ସଙ୍ଗଠନର କର୍ମୀମାନେ ବ୍ୟାନର, ପତାକା ଆଦି ଧରି ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି। ରାସ୍ତା ଅବରୋଧ ଯୋଗୁଁ ସାଧାରଣ ପରିବହନ ବ୍ୟବସ୍ଥା ବହୁଳ ମାତ୍ରରେ ପ୍ରଭାବିତ ହୋଇଛି। ଘରକୁ ଫେରୁଥିବା ଲୋକ ଷ୍ଟେସନ ମାନଙ୍କରେ ଅଟକି ରହିଥିବା ବେଳେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ କିଛି ସ୍ଥାନରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି।

ରାଜଧାନୀ ଭୁବନେଶ୍ୱରରେ ସତ୍ୟନଗର ଓଭରବ୍ରିଜ୍, ରବି ଟକିଜ୍ ଛକ, ପଟିଆ, ମାଷ୍ଟର୍ କ୍ୟାଣ୍ଟିନ୍ ଓ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଅନେକ ସ୍ଥାନରୁ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଉଥିବା ଜଣାପଡ଼ିଛି।

- Advertisement -

କେନ୍ଦୁଝରରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି।

ସେହିପରି ବାଲେଶ୍ବର, ଯାଜପୁର ଓ ଢେଙ୍କାନାଳ ଆଜି ଜିଲାରେ ବନ୍ଦର ଆଂଶିକ ପ୍ରଭାବ ପରିଲକ୍ଷିତ ହୋଇଛି।

ଭଦ୍ରକରେ ନବ ନିର୍ମାଣ କୃଷକ ସଙ୍ଗଠନ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ବେଳେ ୫୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ଅନୁଗୁଳ ବଇଣ୍ଡାଠାରେ ମଧ୍ୟ ଚାଷୀମାନେ ବନ୍ଦ ପାଳନ କରୁଥିବା ସୂଚନା ମିଳିଛି।

ଜଗତସିଂହପୁରରେ ପୁଲିସ ସତ୍ୟାଗ୍ରହୀମାନଙ୍କୁ ଗିରଫ କରିଛି।

କେନ୍ଦ୍ରାପଡ଼ାରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

କୋରାପୁଟ ଓ କନ୍ଧମାଳରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଚାଷୀମାନେ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କଟକର ବାଲିକୁଦା ଠାରେ ଆନ୍ଦୋଳନକାରୀମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ପୁରୀ ଜିଲାରେ ମଧ୍ୟ ସଙ୍ଗଠନ ତରଫରୁ ଧର୍ମଘଟ ଚାଲିଛି।

ସୁରକ୍ଷା ବ୍ୟବସ୍ଥା ପାଇଁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories