www.samajalive.in
Monday, December 8, 2025
14.1 C
Bhubaneswar

ନିର୍ଦ୍ଧାରିତ ସମୟ ଅବଧିଠାରୁ ଅଧିକ ସମୟ କାମ କରାଇ ପାରିବେନି ନିର୍ମାତା, ଇଫ୍ଟଡା ଜାରି କଲା ନୋଟିସ୍‍

ମୁମ୍ବଇ: ଫିଲ୍ମ, ଟିଭି ତଥା ୱେବସିରିଜ୍‍ ନିର୍ଦ୍ଦେଶକଙ୍କ ସଂସ୍ଥା ଇଣ୍ଡିଆନ୍‍ ଫିଲ୍ମ ଆଣ୍ଡ୍‍ ଟେଲିଭିଜନ୍‍ ଡାଇରେକ୍ଟର୍ସ ଆସୋସିଏସନ୍‍(IFTDA) ନିର୍ଦ୍ଧାରିତ ସମୟ ସୀମାଠାରୁ ଅଧିକ କାମ ନ କରିବା ପାଇଁ ନିଜ ସଦସ୍ୟମାନଙ୍କୁ ନୋଟିସ୍‍ ଜାରି କରିଛି। ନିରନ୍ତର କାର୍ଯ୍ୟ ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଇଫ୍ଟଡା ନିର୍ଦ୍ଦେଶକମାନଙ୍କୁ ଏହା ମଧ୍ୟ ସୂଚନା ଦେଇଛି ଯେ, ଏ ସମ୍ବନ୍ଧରେ ନିର୍ମାତାମାନଙ୍କ ଉପରେ ଚାପ ପକାଇବା ପାଇଁ ଫେଡେରେସନ୍‍ ଅଫ୍‍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌(FWICE) ନିଜ ତରଫରୁ ଉଦ୍ୟମ ଆରମ୍ଭ କରିଛି। ପ୍ରାୟ ବର୍ଷେ ଧରି କରୋନା ସଂକ୍ରମଣ ଦ୍ୱାରା ପ୍ରଭାବିତ ହୋଇଥିବା ହିନ୍ଦୀ ମନୋରଞ୍ଜନ ଶିଳ୍ପ ଧୀରେ ଧୀରେ ଟ୍ରାକକୁ ଫେରୁଛି। ଆଗକୁ ଅନେକ ନୂଆ ଫିଲ୍ମ ରିଲିଜ୍‍ ହେବାକୁ ଅଛି। ଟିଭି ଶୋ, ୱେବସିରିଜ୍‍ ଓ ଫିଲ୍ମ ଶୁଟିଂ ଏବେ ଜୋରଦାର୍‍ ଚାଲିଛି ଏବଂ ନିର୍ମାତାମାନେ ଦିନ ରାତି ପରିଶ୍ରମ କରି ନିଜ ନିଜ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରୁଛନ୍ତି। କିନ୍ତୁ ଏହି ଅତିରିକ୍ତ କାର୍ଯ୍ୟ ଏବେ ସେଟରେ କାମ କରୁଥିବା କର୍ମଚାରୀମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି।

ନିକଟରେ ଘଟିଥିବା କିଛି ଦୁର୍ଘଟଣା ପରେ ଏକଥା ସାମ୍ନାକୁ ଆସିଛି ଯେ, ଏସବୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀ ନିର୍ଦ୍ଧାରିତ ସମୟ ଅବଧିରୁ ବହୁତ ଅଧିକ ସମୟ ଧରି କାମ କରୁଥିଲେ। ୧୪-୧୫ ଘଣ୍ଟା କାମ କରି ଘରକୁ ଫେରିବା ସମୟରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଲାଣି। ପ୍ରଥମ ଘଟଣା ସଲମାନ ଖାନଙ୍କ ଶୋରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସହ ଘଟିଥିଲା। ଅପର ପକ୍ଷରେ ଟିଭି ଶୋ’ର ସେଟରେ ୧୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରି ଫେରୁଥିବା ଜଣେ କର୍ମଚାରୀଙ୍କର ମଧ୍ୟ ଦୁର୍ଘଟଣା ହୋଇଥିଲା।

- Advertisement -

ଏସବୁ ଘଟଣାଗୁଡ଼ିକର ଅନୁସନ୍ଧାନରୁ ଏହା ଜଣାପଡ଼ିଛି ଯେ, ନିର୍ମାତାମାନଙ୍କ ଉପରେ ଚଳିତ ଦିନରେ ନିଜ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିବା ନେଇ ଅଧିକ ଚାପ ରହିଛି। ଫଳରେ ଶୁଟିଂର ସମୟ ବଢାଯାଉଛି। ଇଫ୍ଟଡା ମଧ୍ୟ ନିଜ ସଦସ୍ୟମାନଙ୍କୁ ପଠାଇଥିବା ନୋଟିସରେ ଏହା ସ୍ୱୀକାର କରିଛି ଓ କହିଛି ଯେ, ଲଗାତାର ୧୮-୨୦ ଘଣ୍ଟା ଧରି କାମ କରିବା ଦ୍ୱାରା କେବଳ ଶାରୀରିକ ଓ ମାନସିକ ଥକ୍କାପଣ ଅନୁଭବ ହୋଇ ନ ଥାଏ ବରଂ ଏହା ମାନବିକ ଅଧିକାରକୁ ଉଲ୍ଲଂଘନ ମଧ୍ୟ କରୁଛି।

ଚିଠିରେ ଦର୍ଶାଯାଇଛି ଯେ ଏଫ୍‍ଡବ୍ଲ୍ୟୁଆଇସିଇ ଚଳଚ୍ଚିତ୍ର ନିର୍ମାତାମାନଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରୁଛି ଏବଂ ଏଫ୍‍ଡବ୍ଲ୍ୟୁଆଇସିଇ ମଧ୍ୟ ସେହି ନିର୍ମାତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ଯେଉଁମାନେ ଅତିରିକ୍ତ କାର୍ୟ୍ୟ ପାଇଁ ସେମାନଙ୍କ କର୍ମଚାରୀଙ୍କ ଉପରେ ଚାପ ପକାଉଛନ୍ତି। ଚିଠିରେ, ଇଫ୍ଟଡା ଏହାର ସଦସ୍ୟମାନଙ୍କୁ ଅନୁରୋଧ କରିଛି ଯେ, ନିର୍ଦ୍ଦିଷ୍ଟ ସମୟସୀମା ବ୍ୟତୀତ ଅଧିକ କାମ କରିବାକୁ ନିର୍ମାତାଙ୍କ ଦାବିକୁ ଅସ୍ୱୀକାର କରନ୍ତୁ ଏବଂ ଯଦି କୌଣସି ନିର୍ମାତା ଏଥିପାଇଁ ଚାପ ପକାନ୍ତି ତେବେ ନିଜ ଆସୋସିଏସନକୁ ଜଣାନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories