nua o banner

ଆଇସିସି ମହିଳା ଦିନିକିଆ ମାନ୍ୟତା : ଉଠିଲେ ଝୁଲଣ, ମିତାଲି

BSKY banner  750×100

ଦୁବାଇ: ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ୍‌ ଓ ବରିଷ୍ଠ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ସଦ୍ୟ ପ୍ରକାଶିତ ଆଇସିସି ମହିଳା କ୍ରିକେଟ ଦିନିକିଆ ମାନ୍ୟତାରେ ଉପରକୁ ଉନ୍ନୀତ ହୋଇଛନ୍ତି । ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଚାଲିଥିବା ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ବକପରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଧାର କରି ମାନ୍ୟତା ମିଳିଛି। ମିତାଲି ବ୍ୟାଟିଂ ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୬ଷ୍ଠ ସ୍ଥାନରେ ଓ ଝୁଲଣ ବୋଲିଂ ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୫ମ ସ୍ଥାନରେ ପହଞ୍ଚିଛନ୍ତି।

ଭାରତ ଶେଷ ଲିଗ୍‌ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇ ବିଶ୍ବକପରୁ ବିଦାୟ ନେଇଥିଲେ ମଧ୍ୟ ମିତାଲି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୧ରନର ଇନିଂସ ଖେଳିଥିବା ସ୍ମୃତି ମାନ୍ଧାନା ଉପରକୁ ଉନ୍ନୀତ ହୋଇ ୧୦ତମ ସ୍ଥାନରେ ରହିଛନ୍ତି। ଝୁଲଣ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଖେଳିନଥିଲେ ମଧ୍ୟ ମାରିଜାନେ କାପ୍‌ ଓ ଆୟୋବୋଙ୍ଗା ଖାଖାଙ୍କୁ ପଛରେ ପକାଇ ୫ମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର କାଥେରିନ ବ୍ରଣ୍ଟ ଅଲ୍‌ରାଉଣ୍ଡର ମାନ୍ୟତାର ୯ତମ ସ୍ଥାନରେ ରହିଛନ୍ତି। ଚଳିତ ଆଇସିସି ଦିନିକିଆ ବିଶ୍ବକପରେ ଏପର୍ୟ୍ୟନ୍ତ ୪୩୩ରନ କରିଥିବା ଦକ୍ଷିଣ ଆଫ୍ରିକାର ଲାଉରା ଉଭାଲର୍ଡଟ ଦୁଇଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଅଲ୍‌ରାଉଣ୍ଡର ମାନ୍ୟତାରେ ଭାରତୀୟ ବୋଲର ଦୀପ୍ତି ଶର୍ମା ୭ତମ ସ୍ଥାନରେ ରହିଛନ୍ତି।

Comments are closed.