www.samajalive.in
Friday, December 5, 2025
20.1 C
Bhubaneswar

ଷ୍ଟ୍ରଙ୍ଗରୁମରେ ସିଲ ହେଲା ୨୭ ପ୍ରାର୍ଥୀଙ୍କ ଭାଗ୍ୟ

ଟିଟିଲାଗଡ଼ : ସ୍ଥାନୀୟ ଡ଼ିଏଭି ମହାବିଦ୍ୟାଳୟରେ ଅପରାହ୍ନ ୧୧.୪୫ ମିନିଟରେ ଟିଟିଲାଗଡ଼ ୬୯ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କଣ୍ଟାବାଞ୍ଜି-୭୦ ବିଧାନସଭା ନିର୍ବାଚନ ମଣ୍ଡଳୀର ୬୪୩ଟି ବୁଥର ଇଭିଏମ ସିଲ ହୋଇଛି। ଗତକାଲି ବିଭିନ୍ନ ସ୍ଥାନରେ ରାତ୍ରୀ ୯.୩୦ ପର୍ଯ୍ୟନ୍ତ ମତଦାନ ଚାଲି ଥିବା ବେଳେ ଅନେକ ବୁଥର ପୋଲିଙ୍ଗ ଦଳ ସକାଳେ ପହଞ୍ଚିଥିଲେ। ସକାଳୁ ଇଭିଏମ ଗୁଡିକୁ ସେମାନଙ୍କ ଠାରୁ ସଂଗ୍ରହ କରିଵା ପରେ ଟିଟିଲାଗଡ଼ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ରେହାନ ଖତ୍ରୀ, କଣ୍ଟାବାଞ୍ଜି ନିର୍ବାଚନ ଅଧିକାରୀ ତଥା ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମରେ ଭର୍ତି ସହ ସିଲ କରାଯାଇଛି। ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରୁ ୬ ଜଣ ବିଧାୟକ ପ୍ରାର୍ଥୀ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୧୧ ଜଣ ବିଧାୟକ ପ୍ରାର୍ଥୀ ତଥା ବଲାଙ୍ଗିର ଲୋକସଭା ପାଇଁ ୧୦ ପ୍ରାର୍ଥୀଙ୍କ ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଜନମତ ଇଭିଏମ ସହ ସିଲ ହୋଇଛି।

ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍ ; ଚାଟ୍ ରେ ଆପଣଙ୍କ ପସନ୍ଦରେ ମିଳିବ ଏସବୁ..


କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିବା ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩୩୪ଟି ଇଭିଏମ ରହିଥିବା ୪ଟି କୋଠରୀରେ ନିକ ପକ୍ଷରୁ ସ୍ୱତନ୍ତ୍ର ତାଲା ପକାଇବା ସହ ନିକ ପକ୍ଷରୁ ସ୍ୱତନ୍ତ୍ର ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିର୍ବାଚନ ଅଧିକାରୀଙ୍କ ଠାରେ ଆବେଦନ କରିଛନ୍ତି। ତେବେ ବାହାରେ ଟିଭି ଜରିଆରେ ଷ୍ଟ୍ରଙ୍ଗ ରୁମର ଦୃଶ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି ନିର୍ବାଚନ ଅଧିକାରୀ ପ୍ରତିଶୃତି ଦେଇଛନ୍ତି। ଷ୍ଟ୍ରଙ୍ଗ ରୁମ ସିଲ ସମୟରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ତଥା ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ରଘୁନାଥ ରଥ, ମନୋଜ ହାତୀ, ବିଶ୍ୱଜିତ ଦାଶ, ହରି ବହିଦାର, ଖେମା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବିଳମ୍ବରେ ଇଭିଏମ ଆସିବା ନେଇ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଅଧିକାରୀ ମୋଟ ମତଦାନ ସଂଖ୍ୟା ଜାରି ହୋଇନଥିବା ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରତନିଧି ବର୍ତ୍ତମାନ ସୁଦ୍ଧା ଡ଼ିଏଭି ମହାବିଦ୍ୟାଳୟରେ ଜଗି ବସିଥିବା ଦେଖାଯାଇଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories