ଯାତ୍ରା ସମୟରେ ବହୁତ ଜୋରରେ ଥରିଲା ବିମାନ: ଜଣେ ଯାତ୍ରୀ ମୃତ, ୩୦ରୁ ଅଧିକ ଆହତ
ନୂଆଦିଲ୍ଲୀ : ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ୭୭୭-୩୦୦ଇଆରକୁ ଏୟାର ଟର୍ବୁଲାନ୍ସର ସାମ୍ନା କରିବାକୁ ପଡିଛି । ଏହି ସମୟରେ ଝଟକା ଯୋଗୁଁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏୟାର ଟର୍ବୁଲାନ୍ସ ମଧ୍ୟରେ ପ୍ଲେନକୁ ବ୍ୟାଂକକରେ ଜରୁରିକାଳୀନ ଲ୍ୟାଣ୍ଡିଂ କରାଇବାକୁ ପଡିଛି । ଏହି ସମୟରେ ବିମାନରେ ୨୧୧ ଯାତ୍ରୀ ଏବଂ ୧୮ ଜଣ ବିମାନ ସଦସ୍ୟ ଥିଲେ ।
SQ321 looks to be on final approach into BKK.https://t.co/4FUzxLeuSG@RadarBoxCom#SingaporeAirlines #Bangkok #Singapore #London #AvGeek
— AviationSource (@AvSourceNews) May 21, 2024
ସିଙ୍ଗାପୁର ଏୟାରଲାଇନର ବୋଇଂ ୭୭୭-୩୦୦ଇଆର୍ ବିମାନ ମଙ୍ଗଳବାର ଲଣ୍ଡନରୁ ଉଡାଣ ଭରିଥିଲା । ସନ୍ଧ୍ୟା ୬ଟା ୧୦ ମିନିଟ୍ ସମୟରେ ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରେ ଏହା ଅବତରଣ କରିଥାନ୍ତା । କିନ୍ତୁ ଯାତ୍ରା ସମୟରେ ଏହା ବହୁତ ଜୋରରେ ହଲିବାକୁ ଲାଗିଥିଲା । ଏହାକୁ ୩ଟା ୪୫ ମିନିଟ୍ ସମୟରେ ଜରୁରିକାଳୀନ ଅବତରଣ କରାଯାଇଥିଲା । ସେତେବେଳକୁ ଜଣେ ଯାତ୍ରୀ ପ୍ରାଣ ହରାଇସାରିଥିଲେ । ଏହା ପରେ ଅନ୍ୟ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଯାଇଥିଲା ।
Comments are closed.