www.samajalive.in
Saturday, December 6, 2025
15.1 C
Bhubaneswar

ବୋତଲ କହିବ ପାଣି ତାପମାତ୍ରା କେତେ? ଦାମ୍ ମାତ୍ର ଏତିକି..

ରାଜ୍ୟ ତଥା ଦେଶର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଖରା ଅନୁଭୂତ ହେଉଛି। ଖରା ସମୟରେ ପାଣି ସଭିଁଙ୍କ ପାଇଁ ଆବଶ୍ୟକ। ବିଶେଷ କରି ବାହାରକୁ ଯିବା ସମୟରେ , କାର୍ଯ୍ୟାଳୟରେ ଆଦି ନିଜ ସହ ପାଣି ବୋତଲ ରଖିବା ନିତାନ୍ତ ଆବଶ୍ୟକ।
କିଛି ଏଭଳି ବୋତଲ ବିଷୟରେ ଜାଣନ୍ତୁ ଯାହା ଏକ ସ୍ୱତନ୍ତ୍ର ଫିଚର୍ ସହ ଆସୁଛି। ଏହି ବୋତଲ ନିଜେ ପାଣିର ତାପମାତ୍ରା ଜଣାଇଥାଏ।

୨୦୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ବିଶେଷ ସଂଯୋଗ ; ଏସବୁ ରାଶିଙ୍କ ସୁନାଭଳି ଚମକିବ ଭାଗ୍ୟ, ମିଳିବ ଧନ,ଚାକିରି..

- Advertisement -

ବଜାରରେ ପାଣି ନେବା ପାଇଁ ଅନେକ ବୋତଲ ରହିଛି। ଯାହା ଏଲଇଡି ଡିସପ୍ଲେ ସହ ଆସୁଛି। ଏହା ତାପମାତ୍ରା ଜଣାଉଛି।
ବୋତଲରେ ଥିବା ପାଣିର ତାପମାତ୍ରା କେତେ ଏହା ଜଣାଇଥାଏ। ଅର୍ଥାତ ବୋତଲ ଉପରେ ଡିସପ୍ଲେ ହୋଇଥାଏ।
ତାପମାତ୍ରା ଏଲଇଡି ଡିସପ୍ଲେ ସହ ଆସୁଥିବା ଅନେକ ପାଣି ବୋତଲରେ କିଛି ସ୍ୱତନ୍ତ୍ର ଚିହ୍ନ ମଧ୍ୟ ରହିଛି। ଯେପରି ପାଣିର ତାପମାତ୍ରା ଅଧିକ ହେଲେ ଚିହ୍ନ ଲାଲ ରଙ୍ଗର ହୋଇଥାଏ। ୫୦ ଡିଗ୍ରୀ ନିକଟରେ ଥିଲେ କମଳା ଓ ଥଣ୍ଡା ପାଣି ଥିଲେ ସବୁଜ ଲାଇଟ ଦେଖାଯାଇଥାଏ।
ଅନଲାଇନରେ ଆମାଜନ୍, ଫ୍ଲିପକାର୍ଟ, ମେସୋ ଆଦିରୁ ଏହି ବୋତଲ କିଣି ପାରିବେ। ଏହା ବଜାରରେ ଦୋକାନରେ ମଧ୍ୟ ମିଳି ପାରିବ।

ଏହି ଲକ୍ଷଣ ଦେଖାଯିବା ଦିଏ ଶରୀର ସୁସ୍ଥ ରହିବାର ସଙ୍କେତ..

ଆରମ୍ଭରେ ଏହାର ଦାମ୍ ୨୫୦ ଟଙ୍କାରୁ ମିଳି ପାରିବ। କିଛି ବୋତଲର ଦାମ୍ ଅଧିକ ମଧ୍ୟ ରହିଛି। ଅନଲାଇନ ଓ ଅଫଲାଇନରେ ମିଳୁଥିବା ଏହି ବୋତଲକୁ ଚାର୍ଜ କରିବାର ମଧ୍ୟ ଆବଶ୍ୟକତା ନାହିଁ। ଏଥିରେ ପୂର୍ବରୁ ହିଁ ବ୍ୟାଟେରୀ ରହିଛି, ଯାହା ଏଲଇଡି ଡିସପ୍ଲେକୁ ଶକ୍ତି ପ୍ରଦାନ କରିଥାଏ।
ଏହି ବୋତଲରେ ପାଣି ଏବଂ ଅନ୍ୟ ପାନୀୟ ମଧ୍ୟ ରଖି ପାରିବେ। ଅନେକ ସମୟ ପର୍ଯ୍ୟନ୍ତ ଏହାକୁ ରଖି ପାରିବେ। ଥଣ୍ଡା ପାଣି ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡା ରହିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories