www.samajalive.in
Saturday, December 6, 2025
14.1 C
Bhubaneswar

ପାଣିପାଗ ବିଭାର ସୂଚନା ; ଓଡିଶାକୁ ଆସିବ ଏହି ଦିନ ମୌସୁମୀ, ଜାଣନ୍ତୁ ଅନ୍ୟ ରାଜ୍ୟକୁ କେବେ..

ନୂଆଦିଲ୍ଲୀ : ଅସହ୍ୟ ଖରା, ଗରମ ଓ ଗ୍ରୀଷ୍ମ ପ୍ରବାହରେ ଛଟପଟ୍ ରାଜ୍ୟ ତଥା ଦେଶବାସୀ। ଅଧିକାଂଶ ରାଜ୍ୟରେ ଏବେ ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନରେ ଅସହ୍ୟ ଗରମ ଅନୁଭୂତ ହେବା ସହ ଶୁକ୍ରବାରରୁ ଦିଲ୍ଲୀର ନଜଫଗଡରେ ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ କରାଯାଇଛି। ଯାହା ସାରା ଦେଶରେ ସବୁଠାରୁ ଅଧିକ। ମାତ୍ର ଆଶ୍ୱସ୍ତିକର ଖବର ମିଳିଛି। ଚଳିତ ବର୍ଷ ସମୟ ପୂର୍ବରୁ ଆସୁଛି ମୌସୁମୀ। ଏହାସହ ଅଧିକ ବର୍ଷା ମଧ୍ୟ ହେବ। ଜାଣନ୍ତୁ କେଉଁ ରାଜ୍ୟକୁ କେବେ ଆସିବ ମୌସୁମୀ..

୨୦୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ବିଶେଷ ସଂଯୋଗ ; ଏସବୁ ରାଶିଙ୍କ ସୁନାଭଳି ଚମକିବ ଭାଗ୍ୟ, ମିଳିବ ଧନ,ଚାକିରି..

- Advertisement -

ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ୧ ଜୁନ ନିକଟତରେ କେରଳରେ ପ୍ରବେଶ କରିଥାଏ। ଏହାସହ ଏହା ଉତ୍ତର ଆଡକୁ ବଢିଥାଏ। ୧୫ ଜୁଲାଇ ନିକଟରେ ସାରା ଦେଶରେ ଏହା ପ୍ରବେଶ କରିଥାଏ। ଏହାପୂର୍ବରୁ ୨୨ ମେରେ ମୌସୁମୀ ଆଣ୍ଡାମାନ ନିକୋବରରେ ପହଞ୍ଚିବ। ଚଳିତ ବର୍ଷ ଆଣ୍ଡାମାନରେ ମୌସୁମୀର ଆଗମନ ସାମାନ୍ୟରୁ ୩ ଦିନ ପୂର୍ବରୁ ୧୯ ମେରେ ହୋଇ ସାରିଛି।

ଆଣ୍ଡାମାନ ନିକୋବର – ୨୨ ମେ
ବଙ୍ଗୋପସାଗର ଉପକୂଳ- ୨୬ ମେ
କେରଳ,ତାମିଲନାଡୁ – ୧ ଜୁନ୍
କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଆସାମର କିଛି ସ୍ଥାନରେ – ୫ ଜୁନ୍
ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶର ଉପର ଅଂଶ, ପଶ୍ଚିମବଙ୍ଗ- ୧୦ ଜୁନ୍
ଗୁଜରାଟ, ମଧ୍ୟପ୍ରଦେଶର ସୀମା, ଛତିଶଗଡ, ଓଡିଶା, ଝାଡଖଣ୍ଡ, ବିହାର – ୧୫ ଜୁନ୍
ଗୁଜରାଟ, ମଧ୍ୟପ୍ରଦେଶର କିଛି ସ୍ଥାନରେ, ଉତ୍ତର ପ୍ରଦେଶ- ୨୦ ଜୁନ୍
ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, କାଶ୍ମୀର – ୨୫ ଜୁନ୍
ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ପଞ୍ଜାବ- ୩୦ ଜୁନ୍
ରାଜସ୍ଥାନ – ୫ ଜୁଲାଇ

ଏହି ଲକ୍ଷଣ ଦେଖାଯିବା ଦିଏ ଶରୀର ସୁସ୍ଥ ରହିବାର ସଙ୍କେତ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories