ପୁଣି କାର୍ଗିଲ ପରିସ୍ଥିତି ହେଲେ, ହେବ ଶେଷ ଯୁଦ୍ଧ : ବିଏସ୍‍ ଧନୋଆ

0

ନୂଆଦିଲ୍ଳୀ : କାର୍ଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ମାର୍ଶାଲ ବିଏସ୍‍ ଧନୋଆ ପାକିସ୍ତାନକୁ ସଂକେତରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ପୁନଃ କାର୍ଗିଲ ଭଳି ପରିସ୍ଥିତି ସୃଷ୍ଟି ହେଲେ, ଶେଷ ଥର ପାଇଁ ଯୁଦ୍ଧ ହେବ ଓ ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ।
ପଡୋଶୀ ପାକିସ୍ତାନ କାର୍ଗିଲ ଭଳି କୌଣସି ଗତିବିଧି କଲେ ତାର କଡ଼ା ଜବାବ ଦିଆଯିବ ଓ ପାକିସ୍ତାନକୁ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି ଧନୋଆ ପରୋକ୍ଷରେ ଚେତାବନୀ ଦେଇଛନ୍ତି। ନୂଆ ଦିଲ୍ଲୀଠାରେ ‘ଅଭିଯାନ ଶ୍ୱେତ ସାଗରକୁ ୨୦ ବର୍ଷ’ ଶୀର୍ଷକ ବିଷୟ ଉପରେ ଆୟୋଜିତ ସେମିନାରକୁ ସମ୍ବୋଧିତ କରି ଧନୋଆ ଏହା କହିଛନ୍ତି। କାର୍ଗିଲ ଭଳି ସଂଘର୍ଷ, ଆତଙ୍କବାଦୀ ଆକ୍ରମଣର ପ୍ରତିଜବାବ, ପୂର୍ଣ୍ଣ ଯୁଦ୍ଧ ପାଇଁ ଭାରତୀୟ ବାୟୁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି। ପ୍ରକାଶ ଯେ କାର୍ଗିଲ ଯୁଦ୍ଧ ସମୟରେ ଧନୋଆ ୧୭ ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ପ୍ରଥମ ଥର ମିଗ-୨୧ ଯୁଦ୍ଧ ବିମାନ ପାହାଡ଼ ଉପରେ ରାତିରେ ବୋମା ବର୍ଷା କରିଥିଲା। ଅଭିଯାନ ବିଜୟ ସମୟରେ ପାହାଡ଼ରୁ ଅନୁପ୍ରବେଶକାରୀଙ୍କୁ ନିପାତ କରିବା ପାଇଁ ଭାରତୀୟ ବାୟୁ ସେନା’ ଅଭିଯାନ ଶ୍ୱେତ ସାଗର’ ଆରମ୍ଭ କରିଥିଲା।

Leave A Reply