ଚେନ୍ନଇ : ତାମିଲନାଡୁ ରାଜଧାନୀ ଚେନ୍ନଇର ୭୨ଟି ଏବଂ କୋଏମ୍ବାଟୁର ୨ଟି ସ୍ଥାନ ଉପରେ ମଙ୍ଗଳବାର ଆୟକର ବିଭାଗ (ଆଇଟି) ପକ୍ଷରୁ ଚଢାଉ କରାଯାଇଛି। ବିଶେଷ କରି ଲୋଟସ ଗ୍ରୁପ୍, ରେବତୀ ବିଜନେସ୍ ଅର୍ଗାନାଇଜେସନ, ସାରାଭାନା ଷ୍ଟୋରରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ସାରାଭାନା ଷ୍ଟୋର ମାଲିକଙ୍କ ବାସଗୃହ ଉପରେ ମଧ୍ୟ ଆୟକର ବିଭାଗର ଅଧିକାରୀମାନେ ଚଢାଉ କରିଥିବା ସୂଚନା ମିଳିଛି। ଚଳିତ ମାସ ୩ ତାରିଖରୁ ଆୟକର ବିଭାଗ ପକ୍ଷରୁ ଚେନ୍ନଇର ବିଭିନ୍ନ ସ୍ଥାନରେ କ୍ରମାଗତ ଚଢାଉ ଜାରି ରହିଛି। ଏଥିପାଇଁ ପୁଲିସ୍ ଏବଂ ୭୦ ଜଣ ଆଇଟି ଅଧିକାରୀଙ୍କୁ ନେଇ ବହୁ ଦଳ ଗଠନ କରାଯାଇଛି।
Popular Categories



