www.samajalive.in
Monday, December 15, 2025
24.1 C
Bhubaneswar

ଆସିଲା ନୂଆ ସ୍ମାର୍ଟଓ୍ବାଚ୍, ଥରେ ଚାର୍ଜ କଲେ ଚାଲିବ ୧୪ ଦିନ

ନୂଆଦିଲ୍ଲୀ : ହ୍ୟୁଆଇ ଭାରତରେ ନିଜ ନୂଆ ସ୍ମାର୍ଟ ବ୍ୟାଣ୍ଡ୍ ଲଞ୍ଚ୍ କରିଦେଇଛି ଯାହାର ନାଁ ହ୍ୟୁଆଇ ବ୍ୟାଣ୍ଡ୍ ୧୦ । ଏହା ଏକ ଷ୍ଟାଇଲିସ୍ ଡିଭାଇସ ଯେଉଁଥିରେ ୧.୪୭ ଇଞ୍ଚର ଆମୋଲେଡ୍ ଡିସପ୍ଲେ ଏବଂ ଅଲଓ୍ବେଜ୍ ଅନ୍ ଡିସପ୍ଲେର ସପୋର୍ଟ ମଧ୍ୟ ମିଳିଥାଏ । ଏହି ବ୍ୟାଣ୍ଡ୍ ୟୁଜରଙ୍କ ନିଦ, ହୃଦୟ ସ୍ପନ୍ଦନ ଏବଂ ଚାପର ସ୍ତର ଭଳି ଅନେକ ଜିନିଷ ଟ୍ରାକ୍ କରିପାରିବ ।

ଏହି ସ୍ମାର୍ଟବ୍ୟାଣ୍ଡର ବ୍ୟାଟେରୀ ଲାଇଫ୍ ମଧ୍ୟ ଉତ୍ତମ, ଏହାକୁ ଥରେ ଚାର୍ଜ କଲେ ଏହା ୧୪ ଦିନ ଚାଲିପାରିବ । ଏହାର ପଲିମର କେସ୍ ବ୍ଲାକ୍ ଓ ପିଙ୍କ୍ ୨ଟି ରଙ୍ଗରେ ଆସିଥାଏ । ତେବେ ଆଲୁମିନିୟମ୍ କେସ୍ ବ୍ଲୁ, ଗ୍ରୀନ୍, ମ୍ୟାଟ୍ ବ୍ଲାକ୍ , ପର୍ପଲ ଏବଂ ଧଳା ରଙ୍ଗର ବିକଳ୍ପ ସହିତ ମିଳିଥାଏ । ପଲିମର କେସ୍ ଭାରିଆଣ୍ଟର ଦାମ୍ ୬୪୯୯ ଟଙ୍କା ହୋଇଥିବାବେଳେ ଆଲୁମିନିୟମ୍ ମଡେଲର ଦାମ୍ ୬,୯୯୯ ଟଙ୍କା ରହିଛି । କମ୍ପାନୀ ଏଥିରେ ରିହାତି ମଧ୍ୟ ଦେଉଛି ଯାହା ୧୦ ଜୁନ୍ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଗ୍ରାହକ ପଲିମର ଭର୍ସନକୁ ୩୬୯୯ ଟଙ୍କା ଏବଂ ଆଲୁମିନିୟମ୍ ଭର୍ସନକୁ ୪୧୯୯ ଟଙ୍କାରେ କ୍ରୟ କରିପାରିବେ ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories