www.samajalive.in
Saturday, December 6, 2025
15.1 C
Bhubaneswar

ରାଜନୈତିକ ଦଳ ଗଡିବେ ଏଲନ ମସ୍କ!

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଆହୁରି ଘନେଇବାରେ ଲାଗିଛି । ମସ୍କ ଟିକସ ବିଲ୍‍ ଉପରେ ଅସନ୍ତୋଷ ପ୍ରକାଶ କରିବା ପରେ ଟ୍ରମ୍ପ ସୋସିଆଲ ମିଡ଼ିଆରେ ମସ୍କଙ୍କ ମନୋଭାବ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଟ୍ରମ୍ପ ଏଲନ ମସ୍କଙ୍କ ଲାଗି ହ୍ୱାଇଟ୍‍ ହାଉସ୍‍ ବନ୍ଦ କରିଥିଲେ । ଏବେ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ଗଡିବା ନେଇ ଚର୍ଚ୍ଚା ଜୋର ଧରିଛି ।
ମସ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏନେଇ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲୋକଙ୍କ ଠାର ମତାମତ ଗ୍ରହଣ କରିବା ପାଇଁ ପଚାରିଥିଲେ ଯେ ଆମେରିକାରେ ଏକ ନୂତନ ରାଜନୈତିକ ଦଳ ଗଠନ କରାଯିବା ଉଚିତ କି । ମସ୍କଙ୍କ ଏହି ପୋଷ୍ଟରେ ୮୦ପ୍ରତିଶତ ଲୋକ ହଁ କହିଥିବା ପରିଲିଖିତ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏଲନ ମସ୍କ ଏବେ ଆମେରିକାରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବାକୁ ଚାହୁଁଛନ୍ତି । ମସ୍କ ଏହାର ନାମ ‘ଦି ଆମେରିକା ପାର୍ଟି’- ନାମ ରଖିବା ନେଇ ଚର୍ଚ୍ଚା ହୋଇଛି ।
ପୂର୍ବରୁ ମସ୍କ ଦାବି କରି କହିଥିଲେ ଯେ ମୋ ବିନା ଟ୍ରମ୍ପ ନିର୍ବାଚନ ଜିତି ପାରିନଥାନ୍ତେ । ମୁଁ ତାଙ୍କ ନିର୍ବାଚନ ପ୍ରଚାରରେ ୨୫୯ ମିଲିୟନ ଡଲାର ଖର୍ଚ୍ଚ କରିଥିଲି । ସେପଟେ ଟ୍ରମ୍ପ କହିଛନ୍ତି ମସ୍କ ଜଣେ ଦେଶଦ୍ରୋହୀ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏଭଳି ସ୍ଥିତିରେ ଯଦି ମସ୍କ ଏକ ନୂତନ ରାଜନୈତିକ ଦଳ ଗଠନ କରନ୍ତି, ତେବେ ଏହା ଆମେରିକାର ଇତିହାସରେ ଏକ ବଡ ଘଟଣା ହେବ ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories