ମେଷ: ମହାପ୍ରତାପୀ ହେବେ। ଲବ୍ଧପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ହୋଇପାରନ୍ତି। ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ନୃତ୍ୟ ସଙ୍ଗୀତରେ ରୁଚି ରହିବ। ଜଳାଶୟ ନିର୍ମାଣରେ ସାହାଯ୍ୟକାରୀ ହୋଇପାରନ୍ତି।
ବୃଷ: ଧନବାନ୍ ହେବେ। ରାଜସେବକ ହୋଇପାରନ୍ତି। ଭୋଗ ବିଳାସରୁ ଦୂରେଇ ରହିବେ। ବୁଦ୍ଧିମାନ୍ ହୋଇପାରନ୍ତି। ପତ୍ନୀ ପରାୟଣ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସ୍ବାଭିମାନୀ ହୋଇପାରନ୍ତି। ଉଚ୍ଚ ପଦାଧିକାରୀ ହେବେ।
ମିଥୁନ: କର୍ମଚଞ୍ଚଳ ରହିବେ। ବିଦ୍ବାନ୍ମାନଙ୍କୁ ଆଦର, ସମ୍ମାନ ଦେଇପାରନ୍ତି। କଥାବାର୍ତ୍ତା ଅଯଥା ହୋଇପାରେ। ଦୁର୍ଭାଗ୍ୟକୁ ବରଣ କରିପାରନ୍ତି। ନୀଚ ଲୋକମାନଙ୍କ ସହିତ ମିଳାମିଶା କରି ପାରନ୍ତି। ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ। ସତର୍କତାର ଦିନ।
କର୍କଟ: ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସହକର୍ମଚାରୀଙ୍କ ଦ୍ବାରା ଅପମାନିତ ହୋଇପାରନ୍ତି। କଠୋର ସ୍ବଭାବ ସମ୍ପନ୍ନ ହେବେ। ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଓ ଯନ୍ତ୍ରାଂଶ ବ୍ୟବସାୟ ଲାଭଜନକ ହେବ।
ସିଂହ: ଅସୁସ୍ଥତା ଅନୁଭବ କରିପାରନ୍ତି। ସୁବୁଦ୍ଧି ସମ୍ପନ୍ନ ହେବେ। ନିଜ ପରିଜନଙ୍କ ପୋଷକ ହେବେ। ଜ୍ଞାତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଗୃହ ସୁଖ ମିଳିବ। କ୍ଷୀଣ ଶରୀର ହେଲେ ବି ଶତ୍ରୁ ବିଜୟୀ ହେବେ। ସତ୍କର୍ମ କରି ଲୋକ ପୂଜ୍ୟ ହୋଇପାରନ୍ତି। ମାତୃ କଲ୍ୟାଣ ମିଳିବ।
କନ୍ୟା: କର୍ମଚଞ୍ଚଳ ରହିବେ। ସ୍ବାସ୍ଥ୍ୟବାନ୍ ହୋଇପାରନ୍ତି। ନାଟ୍ୟପ୍ରେମୀ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଜୁଆ, ଲଟେରି ଓ ସେୟାର ମାର୍କେଟରେ ଲାଭବାନ୍ ହେବେ। ଶ୍ରମ ସାର୍ଥକ ହେବ। ନିନ୍ଦାରୁ ମୁକ୍ତ ହେବେ। ପ୍ରଶଂସା ମିଳିବ।
ତୁଳା: ସୁସ୍ଥ ନିରାମୟ ଜୀବନଯାପନ କରିପାରନ୍ତି। ପିତୃ ଧନକ୍ଷୟକାରୀ ହେବେ। ଭ୍ରାତୃ ବିରୋଧୀ ହୋଇପାରନ୍ତି। ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ମିଷ୍ଟଭାଷୀ ହେବେ। ହୃଦୟବାନ୍ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ରାଜ ସମ୍ମାନ ମିଳିବ।
ବିଛା: ସାନ ଭାଇଙ୍କ ସହ ବିଚାର ବିମର୍ଶ କରି କାର୍ଯ୍ୟ କରିବେ। ନିଜ ମିତ୍ର ଓ ବନ୍ଧୁଙ୍କର ହିତକାରୀ ହେବେ। ସ୍ତ୍ରୀ, ପୁତ୍ରଯୁକ୍ତ ହେବେ। ଧୈର୍ଯ୍ୟବାନ୍ ହୋଇପାରନ୍ତି। ବୁଦ୍ଧି ଖଟାଇ ଭଲ ରୋଜଗାର କରିପାରନ୍ତି। କ୍ଷମାଶୀଳ ହେବେ। ତୀକ୍ଷ୍ମ ବୁଦ୍ଧିଯୁକ୍ତ ହେବେ।
ଧନୁ: ସମ୍ପତ୍ତିବାନ୍ ହେବେ। ଭାଗ୍ୟବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କାର୍ଯ୍ୟରେ ନିଷ୍ଠାଭାବ ରହିବ। ଲୁହା ବ୍ୟବସାୟରେ ଧନଲାଭ ହୋଇପାରେ। ବିଶ୍ବସ୍ତ ଲୋକଙ୍କୁ ଆଦର କରି କାର୍ଯ୍ୟ ହାସଲ କରିପାରନ୍ତି। ଯଶସ୍ବୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି।
ମକର: ସ୍ବାଭିମାନୀ ହେବେ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ଜିଦ୍ଖୋର ମନୋବୃତ୍ତି ରହିବ। ପ୍ରତିଶୋଧ ପରାୟଣ ହେବେ। ଭାଗ୍ୟର ଉତ୍ଥାନ ପତନ ଘଟିପାରେ। ଉଦ୍ୟୋଗୀ ହେବେ। ବିଭିନ୍ନ ଦିଗରୁ ଅର୍ଥାଗମ ଘଟିପାରେ। ଭୁଲ ସୁଧାରି ପାରନ୍ତି।
କୁମ୍ଭ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶାନ୍ତ ଓ ନିପୁଣ ହେବେ। ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରିୟ ହେବେ। ବିଦ୍ବାନ୍ ଓ ଦୟାଳୁ ସ୍ବଭାବର ହୋଇପାରନ୍ତି। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ସତ୍କର୍ମରେ ନିୟୋଜିତ ହେବେ। ଧର୍ମମତି ହୋଇପାରନ୍ତି।
ମୀନ: ସତ୍ୟବାଦୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ନିଜ ପରିବାରର ହିତ ଚିନ୍ତକ ହୋଇପାରନ୍ତି। ଦେବ, ବ୍ରାହ୍ମଣଙ୍କ ଭକ୍ତ ହେବେ। ନିଜ ଉପାର୍ଜିତ ଧନରେ ଧନୀ ହୋଇପାରନ୍ତି। ଜ୍ୟୋତିଷ ବିଦ୍ୟା ଉପରେ ଚର୍ଚ୍ଚା କରିବେ। ସଦାଚାରୀ ଓ ସାହସୀ ହେବେ।