www.samajalive.in
Sunday, December 7, 2025
26.1 C
Bhubaneswar

ବିଚାରପତିଙ୍କ ବିରୋଧରେ ଖବର ପ୍ରସାରଣ : ୧୦ ଲକ୍ଷ ଜୋରିମାନା, ଚ୍ୟାନେଲ ମାସେ ବନ୍ଦ

ଲାହୋର : ପାକିସ୍ତାନରେ ପ୍ରେସ୍‌ ସ୍ବାଧୀନତା ଓ ବାକ୍‌ ସ୍ବାଧୀନତା କେତେ ତାହା ଏକ ଘଟଣାରୁ ଜଣାପଡିଛି। ଜଣେ ବିଚାରପତିଙ୍କ ବିରୋଧରେ ଖବର ପ୍ରସାରଣ କରିବା ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ମହଙ୍ଗା ପଡିଛି। ଏହି ଚ୍ୟାନେଲର ନାଁ ‘ବୋଲ୍‌ ଟିଭି’। ସେହି ଚ୍ୟାନେଲକୁ ୩୦ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଥିବାବେଳେ ୧୦ ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି।
ମିଳିଥିବା ସୂତ୍ରରୁ ଜାନୁଆରୀ ୧୩ ତାରିଖରେ ଲାହୋର ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ବୋଲ୍ ‌ ଟିଭିର ନ୍ୟୁଜ୍‌ ଆଙ୍କର ସାମୀ ଇବ୍ରାହିମ କିଛି ତଥ୍ୟ ଉପସ୍ଥାପନ କରିବା ସହ ସରକାରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇ ଥିଲେ। ଆଉ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା।
ନ୍ୟୁଜ୍‌ ଆଙ୍କର ଜଣକ ବିଚାରପତିଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା। ଏହା ପରେ ପାକିସ୍ତାନର ମିଡ଼ିଆ ଅନୁଧ୍ୟାନ ସଂସ୍ଥା ପିଇଏମଆରଏ(ପାକିସ୍ତାନ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ରେଗୁଲେଟରି ଅଥରିଟି) କହିଥିଲା ଯେ ନ୍ୟୁଜ ଆଙ୍କର ଜଣକ ସମ୍ବିଧାନର ଅନୁଛେଦ ୬୮ ଓ ପିଇଏମଆରଏର ଆଚାର ସଂହିତା ୨୦୧୫ର ଅନୁଛେଦ ୨୯କୁ ଉଲ୍ଲଙ୍ଘନ କରିଥିଲେ। ଆଉ ଏହା ପରେ ଏହି ଘଟଣାରେ ନ୍ୟୁଜ୍‌ ଚ୍ୟାନେଲକୁ ନୋଟିସ ପଠାଯାଇଥିଲା ଓ କ୍ଷମା ମାଗିବାକୁ କୁହାଯାଇଥିଲା। ତେବେ ଚ୍ୟାନେଲ କର୍ତ୍ତୃପକ୍ଷ କ୍ଷମା ମାଗିବାକୁ ମନା କରିବାରୁ ଏଭଳି କାର୍ଯ୍ୟନୁଷ୍ଠାନ ନିଆଯାଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଚ୍ୟାନେଲକୁ ୩୦ ଦିନ ପାଇଁ ବନ୍ଦ ରଖିବା ସହ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories