nua o banner

ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଜୋରଦାର ହେଲା ବିଜେଡିର ପ୍ରଚାର

BJD Bijuli 480×75 Mob

ଆଠଗଡ଼: ଆଠଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବୁଧବାର ୧ନଂ ଜୋନ ଅଧିନ ଜେନାପଦା ଏବଂ ୩ନଂ ଜୋନ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତରେ ଦଳ ପକ୍ଷରୁ ଗ୍ରାମଗୁଡିକରେ ଘରକୁ ଘର ଶଙ୍ଖ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର ଯୁବନେତା ଆଇନଜୀବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗଦେଇ ପଥପ୍ରାନ୍ତ ସଭାରେ ଉଦ୍‌‌ବୋଧନ ଦେଇ ବିଜୁ ଜନତା ଦଳ ଏକମାତ୍ର ଦଳ ଯେ କି ଓଡ଼ିଶାର ଓଡ଼ିଶାର ସ୍ୱାର୍ଥ ପାଇଁ ସମର୍ପିତ ଏବଂ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ପ୍ରତିବଦ୍ଧ ବୋଲି ପ୍ରକାଶ କରିଥିଲେ। ଜେନାପଦାରେ ଆଦିତ୍ୟଙ୍କ ସମେତ ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ର, ଜିଲ୍ଲା ପରିଷଦ ପୂର୍ବତନ ଉପାଧ୍ୟକ୍ଷ ସୁନିଲ ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ଅଶାନ୍ତି ବେହେରା, ସରପଞ୍ଚ ରଶ୍ମିତା ଦେବତା ଓ ସମିତିସଭ୍ୟ ମେନକା ସେଠୀ ପ୍ରମୁଖ ଉଦ୍‌‌ବୋଧନ ଦେଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ଲୋକଙ୍କ ଘରକୁ ଘର ଯାଇ ବୁଝାଇଥିଲେ। ଅନୁରୁପ ଭାବେ ରାଧାଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରଭାକର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ଯୁବନେତା ଆଦିତ୍ୟଙ୍କ ସମେତ ଜିଲ୍ଲା ସାଧାରଣ ସଂପାଦକ ପ୍ରଦୀପ୍ତ ଦାସ, ସମିତି ସଭ୍ୟ ରଣଜିତ୍‌‌ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ବୀରବର ଜେନା ଓ ଅଶୋକ ରାଉତ ଏବଂ ପଞ୍ଚାୟତ ବିଜେଡି ସଭାପତି ଅରୁପାନନ୍ଦ ସାହୁ ପ୍ରମୁଖ ବିଭିନ୍ନ ଗ୍ରାମ ପରିକ୍ରମା କରି ଲୋକଙ୍କ ଘରକୁ ଘର ବୁଲି ଦଳ ପାଇଁ ପ୍ରଚାର କରିଥିଲେ। ଦଳୀୟ ନେତୃବୃନ୍ଦ ଆଗାମୀ ୨୫ତାରିଖରେ ହେବାକୁ ଥିବା ନିର୍ବାଚନରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଟକ ଲୋକସଭା ପ୍ରାର୍ଥୀ ଡଃ ସନ୍ତୃପ୍ତ ମିଶ୍ରଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ବିପୁଳ ଭୋଟରେ ବିଜୟୀ କରାଇବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ।

Comments are closed.