www.samajalive.in
Monday, December 15, 2025
17.1 C
Bhubaneswar

ଆଠଗଡ଼ରେ ସାଧାରଣ ଭୋଟର ସାଜିବେ ନିର୍ଣ୍ଣାୟକ

ଗୁରୁଡ଼ିଝାଟିଆ: ଆଠଗଡ଼ ୮୯ ବିଧାନସଭା କ୍ଷେତ୍ରରେ ୨୦୨୪ ନିର୍ବାଚନର ମଙ୍ଗ ଏବେ ସାଧାରଣ ଭୋଟରଙ୍କ ହାତରେ। ସାଧାରଣ ଭୋଟରଙ୍କୁ କଳି ପାରୁନାହାନ୍ତି ନେତା। ସେମାନଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କଲେ ମଧ୍ୟ ସେମାନଙ୍କ ମତିଗତିକୁ ମାପିବା ସେତେ ସହଜ ହେଉନାହିଁ। ତେଣୁ ଚଳିତ ନିର୍ବାଚନରେ ସାଧାରଣ ଭୋଟର ହେବେ ନିର୍ଣ୍ଣାୟକ ବୋଲି ରାଜନୈତିକ ବିଶେଷଜ୍ଞମାନେ ଖୋଲାଖୋଲି ଏବେଠାରୁ କହି ବୁଲିଲେଣି। ୮ମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେବା ନିମନ୍ତେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍ୟମ ଚଳାଇଛନ୍ତି। ଗାଁରେ ଗାଁରେ ନିଜ ସମର୍ଥକଙ୍କୁ ଧରି ସରକାରଙ୍କ ବିକାଶର କଥାକୁ ନେଇ ପହଞ୍ଚିଛନ୍ତି ବିଜୟର ଟୀକା ପିନ୍ଧିବା ପାଇଁ। ବିରୋଧି ବିଶେଷତଃ ଭାରତୀୟ ଜନତା ପାର୍ଟିକୁ ପ୍ରତିରୋଧ କରିବା ପାଇଁ ଏବେଠାରୁ ବୁଥ ସ୍ତରରେ ନିଜର କର୍ମୀମାନଙ୍କୁ ସଂଗଠିତ କରି ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି।

ଅପରପକ୍ଷରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାଟ ଓଗାଳିଛନ୍ତି ବିଜେପି ବିଧାନସଭା ପ୍ରାର୍ଥୀ ଅଭୟ କୁମାର ବାରିକ।ଓଡିଆ ଅସ୍ମୀତା ଓ ପ୍ରଧାନମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନିତିକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇ ଜନସମର୍ଥନ ଗୋଟାଇବାରେ ଲାଗିଛନ୍ତି। ପରିବର୍ତ୍ତନର ଆଶା ନେଇ ଏଥର ନିଶ୍ଚିତ ଆଠଗଡ଼ରୁ ରଣେନ୍ଦ୍ରଙ୍କୁ ହଟାଇବା ପାଇଁ। ସେଥିପାଇଁ ଉଭୟ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ଓ ବିଜେପି ପ୍ରାର୍ଥୀ ଅଭୟ କଡା ମୁକାବିଲା ଦିଗରେ ଆଗକୁ ବଢ଼ିଚାଲିଛନ୍ତି। ଗାଁ ଗାଁରେ ଲୋକମାନଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। କେତେବେଳେ ବିଜେଡି କର୍ମୀଙ୍କୁ ଅଭୟ ନିଜ ସପକ୍ଷରେ ଆଣି ନିଜର ବଳ ଗୋଟାଉଛନ୍ତି ତ ଅନ୍ୟ ପକ୍ଷରେ ରଣେନ୍ଦ୍ର ବିଜେପି କର୍ମୀମାନଙ୍କୁ ନିଜ ସପକ୍ଷକୁ ଆଣି ଆଗକୁ ବଢ଼ିବାରେ ଲାଗିଛନ୍ତି। ଏଭଳିସ୍ଥିତିରେ ଆଠଗଡ଼ରେ ଚଳିତ ନିର୍ବାଚନ ଅନ୍ୟବର୍ଷର ନିର୍ବାଚନ ଠାରୁ ଭିନ୍ନ ଓ ଅଲଗା ହେବ ବୋଲି ସାଧାରଣ ଭୋଟର କହିବାକୁ ଲାଗିଲେଣି। ପ୍ରତିଦ୍ୱନ୍ଦିତା ହେବ ତୀବ୍ରତର। ସହଜେ କେହି କାହାକୁ ଛାଡିବା ଉପରେ ନାହାନ୍ତି।ଆଠଗଡ଼ ବ୍ଲକର ୩୪ ,ତିିଗିରିଆର ୧୪ ଓ ଟାଙ୍ଗି-ଚୌଦ୍ୱାର ବ୍ଲକର ୬ ପଞ୍ଚାୟତ ସାଙ୍ଗକୁ ଆଠଗଡ଼ ଏନଏସିର ଭୋଟରମାନଙ୍କୁ ଉଭୟ ରଣେନ୍ଦ୍ର ଓ ଅଭୟ ଭେଟି ଆଶୀର୍ବାଦ ଭିକ୍ଷା କରୁଛନ୍ତି।ଯଦିଓ ୨୦୧୯ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନ କଡା ପ୍ରତିଦ୍ୱନ୍ଦିତାମୂଳକ ହେବ ବୋଲି ଜଳଜଳ ଦେଖାଯାଉଛି।

- Advertisement -

ବିଜେପି ପ୍ରାର୍ଥୀ ଶ୍ରୀ ବାରିକ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି ତେବେ ରାଜନୀତି ପଶାପାଲି ଖେଳରେ ସାରା ରାଜ୍ୟରେ ଖେଳୁଆଡ ଭାବେ ପରିଚିତ ରଣେନ୍ଦ୍ର ବିରୋଧିଙ୍କ ସମସ୍ତ ଅଙ୍କକଷାକୁ ଭୂଲ ସାବ୍ୟସ୍ତ କରିବାରେ ସିଦ୍ଧହସ୍ତ ଅଟନ୍ତି। ଶେଷ ମୁହୂର୍ତ୍ତରେ ରାଜନୀତି ଖେଳରେ ଗୋଲପୋଷ୍ଟ ଉପରେ ବାରମ୍ବାର ଆକ୍ରମଣ କରି ବିଜୟୀ ହୋଇ ବିରୋଧିଙ୍କୁ ଧୁଳି ଚଟାଇଥିବା ରଣେନ୍ଦ୍ର ଏଥର ମଧ୍ୟ ବିରେଧି ଅଭୟଙ୍କ ସ୍ୱପ୍ନକୁ ସ୍ୱପ୍ନରେ ରଖିଦେବେ ବୋଲି କର୍ମୀମାନେ କହୁଛନ୍ତି। ହେଲେ ଆସନ୍ତା ମେ ୨୫ ତାରିଖ ହିଁ ଭାଗ୍ୟ ନିର୍ଦ୍ଧାରଣ କରିବ ପ୍ରାର୍ଥୀମାନଙ୍କ। ଆଠଗଡ଼ ଏକଦା କଂଗ୍ରେସର ଗଡ଼ ଥିବା ବେଳେ ଏବେ ଏଠାରେ ସୁଦର୍ଶନ ସାହୁ ବିଧାୟକ ପ୍ରାର୍ଥୀଭାବେ ନିର୍ବାଚନ ଲଢୁଛନ୍ତି। ଯଦିଓ ଶ୍ରୀ ସାହୁ ଜଣେ ଭଲ ସଂଗଠକ ହେଲେ ଆଠଗଡ଼ରେ କଂଗ୍ରେସର ସ୍ଥିତି ସେତେ ଭଲ ନଥିବାରୁ ଲଢେଇ ମୁଖ୍ୟତଃ ରଣେନ୍ଦ୍ର ଓ ଅଭୟ ମଧ୍ୟରେ ହେବ। ଆଉ କଂଗ୍ରେସ ଲଢିବ ସମ୍ମାନ ପାଇଁ ବୋଲି ରାଜନୀତି ବିଶାରଦମାନେ ମତପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories