www.samajalive.in
Sunday, December 14, 2025
26.1 C
Bhubaneswar

ସାଧାରଣ ନିର୍ବାଚନ ପାଇଁ ଚାଲିଛି ଯାଞ୍ଚ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ତୁରେକେଲା ରାସ୍ତା ରାଜୀବ ଛକ ନିକଟରେ ସନ୍ଧ୍ୟା ୭ଟାରୁ ପୁଲିସ ଓ ସିଆରପିଏଫ ଯବାନମାନେ ଚାରି ଛକ ନିକଟରେ ନାକାବନ୍ଦୀ କରି ବାଇକ, ଚାରିଚକିଆ ଗାଡି ଯାଞ୍ଚ ରଖିଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି, ଟଙ୍କା ପଇସା, ମଦ, ଅସ୍ତ୍ର ଶସ୍ତ୍ରକୁ ନେଇ ଯାଞ୍ଚ କଡାକଡି କରାଯାଉଛି । ଗତକାଲି ଗୋଶାଳାଛକ ନିକଟରେ ନାକାବନ୍ଦୀ ଚାଲିଥିବାବେଳେ ୨ ବାଇକ ଆରୋହୀଙ୍କଠାରୁ ୩ ଲକ୍ଷ ଟଙ୍କା ମିଳିଥିଲା । ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ଟଙ୍କା ଜବତ କରାଯାଇ ଉପକୋଷଗାରରେ ସିଜ କରି ରଖାଯାଇଛି ।  ନିର୍ବାଚନ ପରେ ପ୍ରମାଣ ଦେଖାଇ ଟଙ୍କା ଫେରସ୍ତ ନେବେ ବୋଲି ଫ୍ଲାଇଙ୍ଗ ସ୍କ୍ୱାର୍ଡନମ୍ବର ୧୪ ଟିମର ଅଧିକାରୀ ପ୍ରଦୀପ୍ତ ଧଳ ପ୍ରକାଶ କରିଛନ୍ତି । ସ୍କ୍ୱାର୍ଡ ରେ ପୁଲିସ ଏଏସଆଇ ଗୌତମ ବେହେରାଙ୍କ ସହ ପୁଲିସ ସିଆରପିଏଫ ଯବାନ ଥିଲେ । ଆଜିର ନାକାବନ୍ଦୀରେ ମହିଳା ସବ ଇନ୍ସପେକ୍ଟର ପୁର୍ଣ୍ଣିମା ଓରାମ ଓ ଏଏସଆଇ ଅଶୋକ ପ୍ରଧାନଙ୍କ ସହ ପୁଲିସ ଓ ସିଆରପିଏଫ ଯବାନ ଯାଞ୍ଚ ରଖିଛନ୍ତି ।

ହାତୀ ଆକ୍ରମଣରେ ଯୁବ ଭିଡିଓ ସାମ୍ବାଦିକ ମୃତ

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories