www.samajalive.in
Monday, December 15, 2025
17.1 C
Bhubaneswar

ମୁଳରୁ ଟଳିପଡିଲା ହାଇମାଷ୍ଟ ଲାଇଟ ଖୁଣ୍ଟ

ଜି.ଉଦୟଗିରି: ସ୍ଥାନୀୟ ସହର ବନ୍ଧଛକ ସ୍ଥିତ ଚକରା ବିଷୋୟୀଙ୍କ ପ୍ରତିମୁର୍ତ୍ତି ନିକଟରେ ଥିବା ହାଇମାଷ୍ଟ ଲାଇଟ ଖୁଣ୍ଟ ମୁଳରୁ ଟଳିପଡି ସାରଙ୍ଗଗଡ ଯିବା ରାସ୍ତା ଉପରେ ପଡିଥିବା ଜଣାପଡିଛି। ତେବେ କାହାର କିଛି କ୍ଷତି ହୋଇ ନାହିଁ। ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବନ୍ଧଛକ ସ୍ଥିତ ଚକରା ବିଶୋୟୀଙ୍କ ପ୍ରତିମୂର୍ତ୍ତି ନିକଟରେ ଥିବା ହାଇମାଷ୍ଟ ଲାଇଟ ଖୁଣ୍ଟର ତାର ଟିକେ ତଳକୁ ଓହଳି ରହିଥିଲା। ବୁଧବାର ଦିନ ମଧ୍ୟାହ୍ନ ଏକ ଯାତ୍ରୀବାହୀ ବସ ସେ ରାସ୍ତା ଦେଇ ଯାଉଥିବା ବେଳେ ବସ ଉପରେ ରଖାଯାଇଥିବା ବସ୍ତା ଲାଗିଯିବା ଫଳରେ ତାର ଛିଣ୍ଡିବା ସହ ଲାଇଟ ଖୁଣ୍ଟ ମଧ୍ୟ ମୁଳରୁ ଟଳି ରାସ୍ତାରେ ପଡିଥିଲା। ହେଲେ ସେ ସମୟରେ ସେଠି କେହି ନଥିଲେ କି ତାରରେ ବିଦ୍ୟୁତ ପ୍ରବାହ ମଧ୍ୟ ନଥିଲା। ଯଦି ସନ୍ଧ୍ୟା ପରେ ଏ ଦୁର୍ଘଟଣା ଘଟିଥାନ୍ତା ତେବେ ଅଘଟଣକୁ ଏଡାଇ ହୋଇନଥାନ୍ତା। ଖବରପାଇ ବିଦ୍ୟୁତ ବିଭାଗ ତୁରନ୍ତ ବିଦ୍ୟୁତ ବିଛିନ୍ନ କରିଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ପହଞ୍ଚି ଲାଇଟ ଖୁଣ୍ଟକୁ ସାଇଡ କରିଥିଲେ। ତେବେ ଘଟଣାସ୍ଥଳରୁ ଜଣାପଡିଛି ଯେ ହାଇମାଷ୍ଟ ଲାଇଟ ଖୁଣ୍ଟର ମୁଳ ଅଂଶଟି କେବେଠାରୁ କଳଙ୍କି ହୋଇଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories